ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଗିରଫ ହେଲେ କେଜ୍ରିୱାଲ

0

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ସିବିଆଇ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। କୋର୍ଟ ପରିସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଗତକାଲି କେଜ୍ରିୱାଲଙ୍କୁ ତିହାର ଜେଲରୁ ହେପାଜତକୁ ନେଇଥିଲା ସିବିଆଇ। ଆଜି ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରି ଗିରଫ ପାଇଁ ଅନୁମତି ମାଗିଥିଲା କେନ୍ଦ୍ରୀୟ ସଂସ୍ଥା। ବିଚାରପତି ଅମିତାଭ ରାଓ୍ବତ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନରେ ହସ୍ତକ୍ଷେପ କରିବାକୁ ମନା କରିବା ପରେ ସିବିଆଇ କେଜ୍ରିୱାଲଙ୍କୁ ଔପଚାରିକ ଭାବେ ଗିରଫ କରିଛି।

ଗତକାଲି ଠାରୁ ସିବିଆଇ ହେପାଜରେ ଥିବା କେଜ୍ରିୱାଲଙ୍କୁ ଆଜି ପୂର୍ବାହ୍ନରେ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ସଂସ୍ଥା। ସିବିଆଇ ତାଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲା। ଆଜି ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନାତା, ଦଳରଅନ୍ୟତମ ବରିଷ୍ଠ ନେତା ସଂଞ୍ଜୟ ସିଂ, ଦିଲ୍ଲୀପ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।। ସିବିଆଇ ପକ୍ଷରୁ ସରକାରୀ ଓକିଲ ଡିପି ସିଂ ମାମଲାରେ ପକ୍ଷ ରଖିଥିଲେ। ମଦ ଘାଟାଲା ମାମଲାରେ ତଦନ୍ତର ଆବଶ୍ୟକତା ଦର୍ଶାଇ ସିବିଆଇକୁ ଗିରଫ ଅନୁମତି ଦେବାକୁ ସରକାରୀ ଓକିଲ ଯୁକ୍ତି ବାଢିଥିଲେ। ଶୁଣାଣି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।

Leave A Reply

Your email address will not be published.