ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଗିରଫ ହେଲେ କେଜ୍ରିୱାଲ

0

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ସିବିଆଇ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। କୋର୍ଟ ପରିସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଗତକାଲି କେଜ୍ରିୱାଲଙ୍କୁ ତିହାର ଜେଲରୁ ହେପାଜତକୁ ନେଇଥିଲା ସିବିଆଇ। ଆଜି ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରି ଗିରଫ ପାଇଁ ଅନୁମତି ମାଗିଥିଲା କେନ୍ଦ୍ରୀୟ ସଂସ୍ଥା। ବିଚାରପତି ଅମିତାଭ ରାଓ୍ବତ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନରେ ହସ୍ତକ୍ଷେପ କରିବାକୁ ମନା କରିବା ପରେ ସିବିଆଇ କେଜ୍ରିୱାଲଙ୍କୁ ଔପଚାରିକ ଭାବେ ଗିରଫ କରିଛି।

ଗତକାଲି ଠାରୁ ସିବିଆଇ ହେପାଜରେ ଥିବା କେଜ୍ରିୱାଲଙ୍କୁ ଆଜି ପୂର୍ବାହ୍ନରେ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ସଂସ୍ଥା। ସିବିଆଇ ତାଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲା। ଆଜି ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନାତା, ଦଳରଅନ୍ୟତମ ବରିଷ୍ଠ ନେତା ସଂଞ୍ଜୟ ସିଂ, ଦିଲ୍ଲୀପ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।। ସିବିଆଇ ପକ୍ଷରୁ ସରକାରୀ ଓକିଲ ଡିପି ସିଂ ମାମଲାରେ ପକ୍ଷ ରଖିଥିଲେ। ମଦ ଘାଟାଲା ମାମଲାରେ ତଦନ୍ତର ଆବଶ୍ୟକତା ଦର୍ଶାଇ ସିବିଆଇକୁ ଗିରଫ ଅନୁମତି ଦେବାକୁ ସରକାରୀ ଓକିଲ ଯୁକ୍ତି ବାଢିଥିଲେ। ଶୁଣାଣି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।

Leave A Reply

Your email address will not be published.