ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୁଣି ସାମ୍‌ ପିଟ୍ରୋଡା ହେଲେ କଂଗ୍ରେସ ଓଭରସିଜ୍‌ର ଅଧ୍ୟକ୍ଷ

0

ନୂଆଦିଲ୍ଲୀ: ସାମ୍‌ ପିଟ୍ରୋଡାଙ୍କୁ ପୁଣି କଂଗ୍ରେସ ଓଭରସିଜ୍‌ ଅଧ୍ୟକ୍ଷ ଦାୟିତ୍ୱ। ପିଟ୍ରୋଡାଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। କିଛି ସପ୍ତାହ ତଳେ ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟକୁ ନେଇ ତାଙ୍କୁ ଏହି ପଦବୀରୁ ସେ ଇସ୍ତଫା ଦେଇଥିଲେ। ଦେଶରେ ନିର୍ବାଚନୀ ମାହୋଲ ସରଗରମ ଥିବା ବେଳେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ ଯେ, ”ପୂର୍ବ ଭାରତୀୟମାନେ ଚାଇନିଜ ଭଳି ଏବଂ ଦକ୍ଷିଣ ଭାରତୀୟମାନ ଆଫ୍ରିକୀୟ ଭଳି ଦେଖାଯାଆନ୍ତି।”

ପିଟ୍ରୋଡାଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଘନେଇବା ପରେ କଂଗ୍ରେସ ଏହି ପ୍ରସଙ୍ଗରୁ ନିଜକୁ ଦୁରେଇ ରଖିଥିଲା। ପିଟ୍ରୋଡ଼ାଙ୍କ ମତ ସହିତ କଂଗ୍ରେସ ଏକମତ ନୁହେଁ ବୋଲି ଜୟରାମ ରମେଶ କହିଥିଲେ।

ପିଟ୍ରୋଡାଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ଅଡୁଆରେ ପଡ଼ିଥିଲା କଂଗ୍ରେସ। ନିର୍ବାଚନ ବେଳେ ବିଜେପି ଏହି ବୟାନକୁ ନେଇ କଂଗ୍ରେସକୁ ଘେରିଥିଲା। ପିଟ୍ରୋଡାଙ୍କ ଏହି ମନ୍ତବ୍ୟକୁ ନେଇ ଭାଜପା କଂଗ୍ରେସକୁ ତୀବ୍ର ସମାଲୋଚନା କରି ସେମାନଙ୍କୁ ଜାତିବାଦୀ ଏବଂ ବିଭାଜନକାରୀ ବୋଲି କହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରସଙ୍ଗ କରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଘେରିଥିଲେ। ବିବାଦ ବଢ଼ୁଥିବାରୁ ସାମ ପିଟ୍ରୋଡା କଂଗ୍ରେସର ଇଣ୍ତିଆନ ଓଭରସିଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.