ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଆଡଭାନୀ

0

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ ଏମ୍ସ ହସ୍ପିଟାଲରୁ ଗୁରୁବାର ଡିସ୍‌ଚାର୍ଜ ହୋଇଛନ୍ତି। ବୁଧବାର ରାତିରେ ଆଡଭାନୀ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କର ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି।

ସୂଚନା ଯୋଗ୍ୟ, ବୁଧବାର ରାତିରେ ଆଡଭାନୀ ଅସୁସ୍ଥ ଅନୁଭବ କରିଥିଲେ। ୯୬ ବର୍ଷୀୟ ଆଡଭାନୀଙ୍କୁ ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(ଏମ୍ସ)ରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଏମ୍ସର ଜେରିଆଟ୍ରିକ୍ ବିଭାଗର ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ଅବଗତ କରାଯାଇଛି।

Leave A Reply

Your email address will not be published.