ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଆଗକୁ ମୋବାଇଲ ଆପ୍‌ରେ ସ୍ଲଟ ବୁକିଂ ଦ୍ୱାରା କରିପାରିବେ ଜଗା ଦର୍ଶନ

0

ପୁରୀ: ଦିନକୁ ଦିନ ଶ୍ରୀମନ୍ଦିରରେ ବଢ଼ୁଛି ଭକ୍ତଙ୍କ ସଂଖ୍ୟା। ଏପରିସ୍ଥଳେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ କେମିତି ମହାପ୍ରଭୁଙ୍କ ଅନାୟସରେ ଦର୍ଶନ କରିବ ଏହି ବ୍ୟବସ୍ଥା ବିଷୟରେ ବଡ଼ ସୂଚନା ଦେଇଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ।

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋବାଇଲ ଆପ୍‌ରେ ସ୍ଲଟ ବୁକିଂ ଦ୍ୱାରା ଦର୍ଶନ ଯୋଜନା ରହିଛି। ମୋବାଇଲ ଆପ୍ଲିକେସନରେ ଭକ୍ତ ଆଗୁଆ ସ୍ଲଟ୍ ବୁକ୍ କରି ଦର୍ଶନ ଲାଗି ସମୟ ଧାର୍ଯ୍ୟ କରିବ। ଠିକ ସମୟରେ ଅଭ୍ୟର୍ଥନା ଗୃହରେ ହାଜର ହୋଇ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବ ଶ୍ରଦ୍ଧାଳୁ। ଏମିତି ହେଲେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅନାବଶ୍ୟକ ଭିଡ଼କୁ ନିୟନ୍ତ୍ରଣ ଯାଇପାରିବ ବୋଲି ଗଜପତି କହିଛନ୍ତି। ଏପରି କରିବା ଦ୍ୱାରା ସମୟ ଅପଚୟ ହେବନି। ଦର୍ଶନାର୍ଥୀଙ୍କୁ ଆଉ ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି ବୋଲି ଗଜପତି କହିଛନ୍ତି।

ତେବେ ଏହା ଫାଇନାଲ ହୋଇନି, ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଗଜପତି ଭେଟିବେ ବୋଲି ସୂଚନା ରହିଛି। ପୂର୍ବ ସରକାରରେ ଆଲୋଚନା ହୋଇ ଚୂଡ଼ାନ୍ତ ହୋଇଥିବା ଏମିତି ଅନେକ ବିଷୟବସ୍ତୁ ଓ ପ୍ରସ୍ତାବକୁ ଆସନ୍ତା ନିଳାଦ୍ରୀ ବିଜେ ପରଠୁ କାର୍ଯ୍ୟକାରୀ କରିବାକୁ ଯୋଜନା ହେଉଛି।

Leave A Reply

Your email address will not be published.