ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଆଗକୁ ମୋବାଇଲ ଆପ୍‌ରେ ସ୍ଲଟ ବୁକିଂ ଦ୍ୱାରା କରିପାରିବେ ଜଗା ଦର୍ଶନ

0

ପୁରୀ: ଦିନକୁ ଦିନ ଶ୍ରୀମନ୍ଦିରରେ ବଢ଼ୁଛି ଭକ୍ତଙ୍କ ସଂଖ୍ୟା। ଏପରିସ୍ଥଳେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ କେମିତି ମହାପ୍ରଭୁଙ୍କ ଅନାୟସରେ ଦର୍ଶନ କରିବ ଏହି ବ୍ୟବସ୍ଥା ବିଷୟରେ ବଡ଼ ସୂଚନା ଦେଇଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ।

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋବାଇଲ ଆପ୍‌ରେ ସ୍ଲଟ ବୁକିଂ ଦ୍ୱାରା ଦର୍ଶନ ଯୋଜନା ରହିଛି। ମୋବାଇଲ ଆପ୍ଲିକେସନରେ ଭକ୍ତ ଆଗୁଆ ସ୍ଲଟ୍ ବୁକ୍ କରି ଦର୍ଶନ ଲାଗି ସମୟ ଧାର୍ଯ୍ୟ କରିବ। ଠିକ ସମୟରେ ଅଭ୍ୟର୍ଥନା ଗୃହରେ ହାଜର ହୋଇ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବ ଶ୍ରଦ୍ଧାଳୁ। ଏମିତି ହେଲେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅନାବଶ୍ୟକ ଭିଡ଼କୁ ନିୟନ୍ତ୍ରଣ ଯାଇପାରିବ ବୋଲି ଗଜପତି କହିଛନ୍ତି। ଏପରି କରିବା ଦ୍ୱାରା ସମୟ ଅପଚୟ ହେବନି। ଦର୍ଶନାର୍ଥୀଙ୍କୁ ଆଉ ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି ବୋଲି ଗଜପତି କହିଛନ୍ତି।

ତେବେ ଏହା ଫାଇନାଲ ହୋଇନି, ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଗଜପତି ଭେଟିବେ ବୋଲି ସୂଚନା ରହିଛି। ପୂର୍ବ ସରକାରରେ ଆଲୋଚନା ହୋଇ ଚୂଡ଼ାନ୍ତ ହୋଇଥିବା ଏମିତି ଅନେକ ବିଷୟବସ୍ତୁ ଓ ପ୍ରସ୍ତାବକୁ ଆସନ୍ତା ନିଳାଦ୍ରୀ ବିଜେ ପରଠୁ କାର୍ଯ୍ୟକାରୀ କରିବାକୁ ଯୋଜନା ହେଉଛି।

Leave A Reply

Your email address will not be published.