ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ

0

ମୁମ୍ବାଇ: ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଟେଲିଭିଜନ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ। ସେ ଏହି କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଏହି ଖବର ସେୟାର କରିଛନ୍ତି। ତେବେ ଏହି ପୋଷ୍ଟ ସେୟାର ହେବା ପରେ ସେଲିବ୍ରିଟି ସମେତ ଫ୍ୟାନ୍ସକୁ ଝଟକା ଲାଗିଥିବା ବେଳେ ସମସ୍ତେ ତାଙ୍କ ସୁସ୍ଥତା କାମନା କରିଛନ୍ତି।

ସେ ଇଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ମୋ ବିଷୟରେ କିଛି ଗୁଜବ ଚାଲିଛି। ମୁଁ ତୁମ ସମସ୍ତଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର କହିବାକୁ ଚାହୁଁଛି। ମୋର ସ୍ତନ କର୍କଟ ହୋଇଛି। ଏହା ତୃତୀୟ ପର୍ଯ୍ୟାୟରେ ଅଛି ଏବଂ ଏହାର ଚିକିତ୍ସା ଆରମ୍ଭ ହୋଇଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି କି, ଆପଣମାନେ ମୋ ଗୋପନୀୟତା ପ୍ରତି ଧ୍ୟାନ ଦିଅନ୍ତୁ। ମୁଁ ଆପଣମାନଙ୍କ ପ୍ରେମ ଏବଂ ପ୍ରଶଂସାକୁ ସମ୍ମାନକୁ ଜଣାଉଛି। ମୁଁ ଏବଂ ମୋ ପରିବାର ନିଶ୍ଚିତ ଯେ, ମୁଁ କର୍କଟ ଯୁଦ୍ଧରେ ଜିତିବି ଏବଂ ଶୀଘ୍ର ସୁସ୍ଥ ହୋଇଯିବି।

Leave A Reply

Your email address will not be published.