ପ୍ରମୁଖ ଖବର

ଗୃହପାଳିତ ପୋଷା ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର
ପିପିଲି: ଅଟୋକୁ ଧକ୍କା ଦେଲା ବାଇକ: ଜଣେ ମୃତ, ୪ ଆହତ
ପୁରୀରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ବିହାର: ମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

ଅଜାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି

0

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା କୋଇଡ଼ା କେ.ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ସୋମବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଜାଙ୍କୁ ଅତି ନୃସଂଶ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ନାତି। ମୃତକ ହେଲେ ପୁରୁଣାପାଣି ଗ୍ରାମର ନୟମାନ ମୁଣ୍ଡା(୬୫) ।

ଆଜିର ବିଜ୍ଞାନ ଯୁଗରେ ବି ମଣିଷ ଅନ୍ଧବିଶ୍ୱାସ ଭିତରେ ବୁଡି ରହିଛି । ଅନ୍ଧବିଶ୍ୱାସରେ କାରଣରୁ ନାତି ତା ଅଜାଙ୍କୁ ହତ୍ୟା କରିଛି । ହତ୍ୟା ପରେ ଅଭିଯୁକ୍ତ ନାତି ସାଲମାନ ମୁଣ୍ଡା(୪୦) କଟା ମୁଣ୍ଡ ଧରି ଗାଁରେ ବୁଲିଥିଲେ। ସେତିକିବେଳେ ଗ୍ରାମବାସୀ ଅଭିଯୁକ୍ତ ସାଲମାନଙ୍କୁ ଧରି ପୋଲିସ ଜିମା ଦେଇଥିବା ଜଣାପଡିଛି।

ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଗୁଣି ଗାରେଡ଼ି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏନେଇ କେ. ବଲାଙ୍ଗ ଥାନାରେ ଏକ ମାମଲା(ନଂ.୫୯/୨୦୨୪) ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା କେ.ବଲାଙ୍ଗ ଥାନା ଅଧିକାରୀ ସ୍ମୃତିରଞ୍ଜନ ନାୟକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.