ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ମେଧା ପାଟେକରଙ୍କୁ ୫ ମାସ ଜେଲ

0

ନୂଆଦିଲ୍ଲୀ: ବର୍ତ୍ତମାନର ଦିଲ୍ଲୀ ଏଲଜି ଭି.କେ ସାକ୍ସେନାଙ୍କ ଦ୍ୱାରା ହୋଇଥିବା ମାନହାନି ମାମଲାରେ ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ କୋର୍ଟ ୫ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ଏବଂ ଭି.କେ ସାକ୍ସେନାଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମେଧା ପାଟକର କୋର୍ଟରେ ଜାମିନ ଆବେଦନ କରିଥିଲେ। କୋର୍ଟ ପାଟକରଙ୍କ ଦଣ୍ଡକୁ ୩୦ ଦିନ ସ୍ଥଗିତ ରଖିଛନ୍ତି।

୨୩ ବର୍ଷ ପୂର୍ବେ ଭି.କେ ସକ୍ସେନାଙ୍କ ଦ୍ବାରା ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ମେ ମାସରେ କୋର୍ଟ ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଭି.କେ ସକ୍ସେନାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଭି.କେ ସକ୍ସେନାଙ୍କ ଓକିଲ କହିଛନ୍ତି ଯେ ସେ କୌଣସି କ୍ଷତିପୂରଣ ଚାହୁଁନାହାଁନ୍ତି ।

ମେଧା ପାଟକର କହିଛନ୍ତି ଯେ, ସତ୍ୟକୁ କଦାପି ପରାଜିତ କରାଯାଇପାରିବ ନାହିଁ। ଆମେ କାହାକୁ ବଦନାମ କରିବାକୁ ଚେଷ୍ଟା କରିନାହୁଁ, ଆମେ କେବଳ ଆମର କାମ କରୁ। ଆମେ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବୁ।

Leave A Reply

Your email address will not be published.