ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମେଧା ପାଟେକରଙ୍କୁ ୫ ମାସ ଜେଲ

0

ନୂଆଦିଲ୍ଲୀ: ବର୍ତ୍ତମାନର ଦିଲ୍ଲୀ ଏଲଜି ଭି.କେ ସାକ୍ସେନାଙ୍କ ଦ୍ୱାରା ହୋଇଥିବା ମାନହାନି ମାମଲାରେ ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ କୋର୍ଟ ୫ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ଏବଂ ଭି.କେ ସାକ୍ସେନାଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମେଧା ପାଟକର କୋର୍ଟରେ ଜାମିନ ଆବେଦନ କରିଥିଲେ। କୋର୍ଟ ପାଟକରଙ୍କ ଦଣ୍ଡକୁ ୩୦ ଦିନ ସ୍ଥଗିତ ରଖିଛନ୍ତି।

୨୩ ବର୍ଷ ପୂର୍ବେ ଭି.କେ ସକ୍ସେନାଙ୍କ ଦ୍ବାରା ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ମେ ମାସରେ କୋର୍ଟ ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଭି.କେ ସକ୍ସେନାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଭି.କେ ସକ୍ସେନାଙ୍କ ଓକିଲ କହିଛନ୍ତି ଯେ ସେ କୌଣସି କ୍ଷତିପୂରଣ ଚାହୁଁନାହାଁନ୍ତି ।

ମେଧା ପାଟକର କହିଛନ୍ତି ଯେ, ସତ୍ୟକୁ କଦାପି ପରାଜିତ କରାଯାଇପାରିବ ନାହିଁ। ଆମେ କାହାକୁ ବଦନାମ କରିବାକୁ ଚେଷ୍ଟା କରିନାହୁଁ, ଆମେ କେବଳ ଆମର କାମ କରୁ। ଆମେ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବୁ।

Leave A Reply

Your email address will not be published.