ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ସପ୍ତଶର୍ଯ୍ୟାରେ ନିଖୋଜ ୫ ଛାତ୍ର ଉଦ୍ଧାର

0

ଢ଼େଙ୍କାନାଳ: ସପ୍ତଶର୍ଯ୍ୟା ପାହାଡକୁ ବୁଲିବାକୁ ଯାଇ ଗତକାଲି ନିଖୋଜ ୫ ଯୁବକଙ୍କୁ ଉଦ୍ଧାର କଲେ ପୁଲିସ ଓ ବନ ବିଭାଗ କର୍ମଚାରୀ। ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସପ୍ତଶର୍ଯ୍ୟା ବୁଲିବାକୁ ଯାଇ ୫ ଛାତ୍ର ଅନ୍ଧାରରେ ଫସି ଯାଇଥିଲେ। ବର୍ଷା ହେବାରୁ ରାସ୍ତା ଭୁଲି ପାହାଡ ଉପରୁ ଫେରିପାରିନଥିଲେ। ତେବେ ନିଖୋଜ ଛାତ୍ର ମାନଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ବାଟବଣା ଛାତ୍ର ମାନଙ୍କ ମଧ୍ୟରେ କଟକରୁ ଚାରି ଜଣ ଓ ଢେଙ୍କାନାଳ ସଦର ଅଞ୍ଚଳର ଜଣେ ଥିବା ଜଣାପଡିଛି। ଏହି ଛାତ୍ର ମାନେ ହେଲେ ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିମାଂଶୁ ଦାସ, ସୁଜିତ ସାହୁ ଓ ଲକି ଦାସ।

ସୂଚନା ଅନୁସାରେ ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବା ପାଇଁ ଯାଇଥିଲେ ଏହି ୫ ଛାତ୍ର। ବୁଲାବୁଲି ଭିତରେ ସେମାନେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିବା ବେଳେ ଫେରିବା ବାଟ ପାଇ ପାରି ନଥିଲେ। ଦିନ ସାରା ବର୍ଷା ଲାଗି ରହି ଥିବାରୁ ରାତି ହେବାରୁ ସ୍ଥିତି ଅସମ୍ଭାଳ ହେବାକୁ ଲାଗିଲା। ଏହାପରେ ଜଣେ ଛାତ୍ର ନିଜ ଘରକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇ ଉଦ୍ଧାର କରିବାକୁ କହିଥିଲେ।

ଏହା ଶୁଣି ପରିବାର ଲୋକ ତୁରନ୍ତ ଢେଙ୍କାନାଳ ସଦର ଥାନା ପୋଲିସ୍‌ ଓ ସପ୍ତଶଯ୍ୟା ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ତତ୍ପର ହୋଇଥିଲା ସଦର ଥାନା ପୋଲିସ୍‌ ଓ ବନ ବିଭାଗ। ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ ୩ଟି ଟିମ୍‌ ଗଠନ କରିଥିଲା। ସଦର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍‌ ଛାତ୍ରଙ୍କୁ ଖୋଜିବା ପାଇଁ ସପ୍ତଶଯ୍ୟା ଜଙ୍ଗଲ ଭିତରକୁ ଯାଇଥିଲେ। ରାତି ପ୍ରାୟ ସାଢେ ୧୧ଟା ପରେ ସେମାନଙ୍କୁ ବନ ବିଭାଗ ଓ ପୋଲିସ୍‌ ଟିମ୍‌ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

Leave A Reply

Your email address will not be published.