ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କା ଘୋଷଣା କଲା ବିସିସିଆଇ

0

ନ୍ୟୁଜ୍ ବ୍ୟୁରୋ: ଶେଷ ହୋଇଛି ଆଇସିସି ଟି-୨୦ ବିଶ୍ୱକପ। ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ରୋମାଞ୍ଚକର ବିଜୟ ସହ ବିଶ୍ୱକପ ଟାଇଟଲ ହାତେଇଛି। ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ପରେ ଭାରତୀୟ ଦଳ ଉପରେ ଟଙ୍କା ବର୍ଷା ହୋଇଛି। ଟି-୨୦ ବିଶ୍ୱକପ ବିଜୟ ଟିମ ପାଇଁ ୧୨୫ କୋଟି ଟଙ୍କା ଘୋଷଣା କରିଛି ବିସିସିଆଇ।

ଦଳର ଏହି ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପୁରସ୍କାର ରାଶି ଘୋଷଣା କରିଛି, ଯେଉଁଥିରେ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ମୋଟ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ନିଜ ଟ୍ବିଟରେ ଶାହ ଲେଖିଛନ୍ତି ଯେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟଯାକ ଟିମ ଇଣ୍ଡିଆ ଅସାଧାରଣ ଦକ୍ଷତା ଓ ଧୈର୍ଯ୍ୟ ଓ କ୍ରୀଡ଼ନୈପୁଣ୍ୟ ପ୍ରଦର୍ଶନ କରିଛି।

ଶନିବାର ରାତିରେ ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ଟ୍ରଫି ଜିତିଛି। ସମଗ୍ର ଟୁର୍ନାମେଣ୍ଟରେ ଅପରାଜିତ ରହି ଭାରତୀୟ ଦଳ ଟାଇଟଲ ଜିତିଛି। ଟି -୨୦ ରେ ଏହା ହେଉଛି ଭାରତର ଦ୍ୱିତୀୟ ବିଶ୍ୱକପ ଟ୍ରଫି।

Leave A Reply

Your email address will not be published.