ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ଏସପି

0

ନୟାଗଡ: ନୟାଗଡ ସଦର ଥାନା ଗୋଳଗୋଳା ଗାଁରେ ସିରିଜ ଲୁଟ ଘଟଣାରେ ପୋଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। କର୍ତ୍ତବ୍ୟରେ ଅବହେଳା କରିଥିବା ସଦର ଥାନାର ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ଏସପି। ନିଲମ୍ବିତ ୩ ପୋଲିସ କର୍ମଚାରୀ ହେଲେ ଏସଆଇ ହସିନା ପ୍ରଧାନ, ଏଏସଆଇ ରାଜେଶ୍ଵରୀ ଓ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଲୁଟ ସମ୍ପର୍କରେ ସୂଚନା ପାଇ ମଧ୍ୟ କୌଣସି ପଦକ୍ଷେପ ନେଇନଥିବାରୁ ଏମାନଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଏସପି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୩୦ ତାରିଖ ବିଳମ୍ବିତ ରାତିରେ ଗୋଳଗୋଳା ଗାଁର ୩ ଟି ଘରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଏସପି ରାହୁଲ ଜୈନ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସଦର ପୋଲିସର ଅବହେଳା ସମ୍ପର୍କରେ ଅଭିଯୋଗ ପାଇଥିଲେ। ତଦନ୍ତ ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave A Reply

Your email address will not be published.