ପ୍ରମୁଖ ଖବର

ଆଜି ସଂସଦରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ଆର୍ଥିକ ବଜେଟ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମଧ୍ୟବିତ୍ତଙ୍କୁ ବଡ ଆଶ୍ଵସ୍ତି : ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ
କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ବ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ
ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ମୋଦୀ ସରକାର ଖୁବଶୀଘ୍ର ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ, ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବ
ଟ୍ୟାକ୍ସ ଛାଡ ଘୋଷଣା ପରେ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଇଏଏସ୍ ସତ୍ୟବ୍ରତ ରାଉତ ବିଧାନସଭାର ନୂଆ ସଚିବ
ସୁରକ୍ଷାକର୍ମୀଙ୍କୁ ଏନକାଉଣ୍ଟରରେ ୮ନକ୍ସଲ ନିପାତ
ଜୀବିକା ମିଶନ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଵା ଦାବିରେ ” ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ” ପକ୍ଷରୁ ବିଶାଳ ବିକ୍ଷୋଭ
ଦାବି ପୂରଣ ପାଇଁ ୧୩ଫେଵୃଆରୀରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣ ଧାରଣା।
ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ଟ୍ରାଫିକ କନଷ୍ଟେବଳ ମଧୁସୂଦନଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର: ଭୁବନେଶ୍ୱରର ଜୟଦେବ ବିହାର ଫ୍ଲାଏ ଓଭର ନିକଟ ଏନ୍ଏଚ୍-୧୬ ରେ ଜଣେ ଟ୍ରାଫିକ୍ ପୋଲିସ୍ କନଷ୍ଟେବଳଙ୍କୁ ଗାଡି ଧକ୍କା ଦେବା ଘଟଣାରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ।

ଟ୍ରକ ଧକ୍କାରେ ଟ୍ରାଫିକ କନଷ୍ଟେବଳ ମଧୁସୂଦନ କିର୍ସାନୀଙ୍କ ମୃତ୍ୟୁ ଘଟଣାରେ କମିଶନରେଟ୍‌ ପୋଲିସ ଅଭିଯୁକ୍ତ ଚାଳକଙ୍କୁ ମଙ୍ଗଳବାର ଗିରଫ କରିଛି। ସେ ହେଲେ କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଗହୀରଗଡିଆ ଗ୍ରାମର ପ୍ରଶାନ୍ତ କୁମାର ନାଏକ (୨୮)। ତାଙ୍କ ନିକଟରୁ ଦୁର୍ଘଟଣା ଘଟାଇଥିବା ଟ୍ରକ ଆଇଚର୍‌ ଟ୍ରକ(ଓଡି୦୫ବିପି-୯୯୧୫)କୁ ମଧ୍ୟ ପୋଲିସ ଜିବତ କରିଛି।

ସମ୍ପୃକ୍ତ ଅଭିଯୁକ୍ତ ପ୍ରଶାନ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଶନିବାର ସାରେ ରାଜଧାନୀରେ ପ୍ରବଳ ବର୍ଷା ହେବା ସହ ଟ୍ରାଫିକ୍‌ ଜାମ ମଧ୍ୟ ହୋଇଥିଲା। ରାମ ମନ୍ଦିର ଛକରେ ମଧୁସୂଦନ ଡ୍ୟୁଟି ସାରି ରାତି ୧୦ଟାରେ ନିଜ ବାଇକ ଯୋଗେ ଖଣ୍ଡଗିରିସ୍ଥିତ ଭଡ଼ା ଘରକୁ ଫେରୁଥିଲେ। ରାତି ପ୍ରାୟ ୧୦ଟା ୧୦ରେ ଜାତୀୟ ରାଜପଥରେ ଜୟଦେବ ବିହାର ଓଭରବ୍ରିଜ୍‌ ପାର୍‌ ହେଉଥିବାବେଳେ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଟ୍ରକଟି ମଧୁସୂଦନଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଅପରପକ୍ଷରେ ଦୁର୍ଘଟଣା ଘଟାଇ ପ୍ରଶାନ୍ତ ଘଟଣାସ୍ଥଳରୁ ଟ୍ରକ୍‌ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣୀରେ ନୟାପଲ୍ଲୀ ଥାନା ପକ୍ଷରୁ ଆଇପିସି ଦଫା ୨୭୯, ୩୦୪ରେ ମାମଲା (ନଂ.୩୯୦/୨୦୨୪) ରୁଜୁ ହୋଇଥିଲା। ତେବେ ମଙ୍ଗଳବାର ସକାଳ ପ୍ରାୟ ୭ାଟା ୩୦ ବେଳେ ପ୍ରଶାନ୍ତ ରଶୁଲଗଡରେ ଥିବା ଜଣାପଡିବା ପରେ ପୋଲିସ ଚଢ଼ଉ କରି ତାଙ୍କୁ କାବୁ କରିଥିଲା।

Leave A Reply

Your email address will not be published.