ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଓଡ଼ିଶାକୁ ଆସିବେ ୫ ମହାବଳ ବାଘ

0

ଭୁବନେଶ୍ବର: ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ଡେବ୍ରିଗନ ଅଭୟାରଣ୍ୟ ପାଇଁ ୩ଟି ଓ ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଇଁ ୨ଟି ମହାବଳ ବାଘ ଆଣିବେ। ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ଼ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ ବାଘ ଅଣାଯିବ।ସେହିପରି ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ବାଘ ଆସିବେ।

ଦିନ କୁ ଦିନ ଓଡ଼ିଶାରେ ବାଘ ସଂଖ୍ୟା ଲୋପ ପାଉଥିବାରୁ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ରହିଛି। ବର୍ଷା ଋତୁ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନିଆଯାଇଛି।

୨୦୨୩-୨୪ ବ୍ୟାଘ୍ର ଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ୩୦ଟି ବାଘ ଅଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଅଭୟାରଣ୍ୟରେ ୨୭ଟି ବାଘ ଥିଲେ। ଏଥିରୁ ୧୪ଟି ମାଈ ଓ ୧୩ଟି ଅଣ୍ଡିରା। ସେହିପରି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ, ପାରଳାଖେମୁଣ୍ଡି ବନ୍ୟପ୍ରାଣୀ ଡିଭିଜନ ଓ ଗ୍ରେଟର ଶିମିଳିପାଳ ଟାଇଗର ଲାଣ୍ଡସ୍କେପରେ ଗୋଟିଏ ଲେଖାଏଁ ବାଘ ଥିବା ରିପୋର୍ଟରେ କୁହାଯାଇଥିଲା।

Leave A Reply

Your email address will not be published.