ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଏଥର ପ୍ୟାରିସ ଅଲିମ୍ପିକ୍ସରେ ସାମିଲ ହେବେ ଓଡ଼ିଆ ପୁଅ କିଶୋର

0

ଭୁବନେଶ୍ବର: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ। ଏଥର ଏହି ଅଲିମ୍ପିକ୍ସରେ ଚମକିବେ ଜଣେ ଓଡ଼ିଆ ପୁଅ । ସେ ହେଲେ ବ୍ରହ୍ମଗିରିର କିଶୋର ଜେନା। ଓଡ଼ିଶା ଜାଭେଲିନ ଫିଙ୍ଗାଳି କିଶୋର କୁମାର ଜେନା ପ୍ୟାରିସ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ଏସିଆନ ଗେମ୍ସରେ କିଶୋର ରୌପ୍ୟ ପଦକ ହାସଲ କରିଥିବା ବେଳେ ଏହି ଇଭେଣ୍ଟରେ ମଧ୍ୟ ପଦକ ଆଣିବା ଆଶା କରାଯାଉଛି

ଏଏଫଆଇ ଚୟନ ପ୍ୟାନେଲ ପକ୍ଷରୁ ପ୍ରକାଶ ପାଇଥିବା ୨୮ ଜଣିଆ ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଟିମରେ କିଶୋରଙ୍କ ନାମ ରହିଛି। ନୀରଜ ଚୋପ୍ରାଙ୍କ ନେତୃତ୍ବରେ ଭାରତୀୟ ଆଥଲେଟ୍ସ ଟିମ୍‌ ପ୍ୟାରିସ ଅଲିମ୍ପିକ୍ସ ଖେଳିବେ। କିଶୋରଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର କୋଠସାହିରେ । ଏହି ଅଲିମ୍ପିକ୍ସରେ ସାମିଲ ହେବାକୁ ଥିବା ଭାରତୀୟ ଖେଳାଳିଙ୍କୁ ଭେଟି ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.