ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

କାର୍ଯ୍ୟରତ ପୋଲିସ ଅକାଳରେ ମୃତ୍ୟୁ ବରଣ କଲେ ପରିବାରକୁ ମିଳିବ ଆର୍ଥିକ ସହାୟତା

0

ଭୁବନେଶ୍ବର: କାର୍ଯ୍ୟରତ ପୋଲିସ ଅକାଳରେ ମୃତ୍ୟୁ ବାରଣ କଲେ ପରିବାରକୁ ମିଳିବ ଆର୍ଥିକ ସହାୟତାକାର୍ଯ୍ୟରତ ପୋଲିସ କର୍ମଚାରୀମାନଙ୍କ ପାଇଁ ଖୁସି ଖବର। ଏଣିକି ଅକାଳରେ ମୃତ୍ୟୁ ବରଣ କରୁଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିବ। ଏନେଇ ନିଆଯାଉଛି ଏକ ବଡ଼ ପଦକ୍ଷେପ। ଡ୍ୟୁଟିରେ ବା ଦୁର୍ଘଟଣାରେ ବା କୋୖଣସି ଆକସ୍ମିକ ମୃତ୍ୟୁ ହେଲେ ଯେପରି ପୋଲିସ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ରାଶି ମିଳିପାରିବ ସେନେଇ ଗୁରୁତ୍ୱ ଦିଆଯାଇଛି। ଏନେଇ ପୋଲିସ ଓ ଜାତୀୟ ସ୍ତରର ବ୍ୟାଙ୍କ ସହ ଖୁବଶୀଘ୍ର ଏମଓୟୁ ସ୍ବାକ୍ଷରିତ ହେବାକୁ ଯାଉଛି।

ମିଳିଥିବା ସୂଚନା ଅନୁସାରେ, ବିଗତ କିଛି ଦିନ ହେବ କମିଶନରେଟ ପୋଲିସର ଅନେକ ପୋଲିସ କର୍ମଚାରୀ ଅକାଳରେ ମୃତ୍ୟୁବରଣ କରିଛନ୍ତି। ଲଗାତାର କେତେ ଜଣ ପୋଲିସ କର୍ମଚାରୀ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି। ପୋଲିସଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଏକ ପ୍ରକାର ଦୁଃଖଦ ପରିସ୍ଥିତି ସାମ୍ନା କରୁଛନ୍ତି। ସମାଜରେ ପୋଲିସ ସେବାରେ ନିଜକୁ ନିମଗ୍ନ କରୁଥିବା ପୋଲିସଙ୍କ ଅକାଳ ବିୟୋଗ ପରେ ସେମାନଙ୍କ ରୋଜଗାରରେ ଭରଣ ପୋଷଣ ହେଉଥିବା ପରିବାରରେ ଯେପରି ସମସ୍ୟା ନଆସେ ଏବଂ ସେମାନଙ୍କୁ ଯେପରି କୌଣସି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ଏଥିପାଇଁ ଯୋଜନା କରାଯାଉଛି।

ଏନେଇ କମିସନରେଟ ପୋଲିସର ଏକ ଉଚ୍ଚସ୍ତରୀୟ ବୋର୍ଡ କମିଟିର ଏକ ବୈଠକ ହୋଇଛି। ଖୁବଶୀଘ୍ର ଏକ ବ୍ୟାଙ୍କ ସହ ଏମଓୟୁ ସ୍ଵ।କ୍ଷରିତ ହେବ। ଯେଉଁଠି ସେମାନଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ତାଙ୍କ ପରିବାରକୁ ଦୁର୍ଘଟଣା ଜନିତ ସହାୟତା ରାଶି ବା ସେମାନଙ୍କର ଆକସ୍ମିକ ସ୍ୱାଭାବିକ ମୃତ୍ୟୁ ପାଇଁ ଜୀବନବୀମା ରାଶି ଯୋଗାଇ ହେବ ସେନେଇ ପଦକ୍ଷେପ ନିଆଯାଉଛି‌। ଏନେଇ କିଛି ବ୍ୟାଙ୍କ ସେମାନଙ୍କର ପ୍ରସ୍ତାବ ଦେଇଛନ୍ତି।

Leave A Reply

Your email address will not be published.