ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

୨୦୨୪ ନିଟ୍ ପିଜି ପାଇଁ ଘୋଷଣା ହେଲା ନୂଆ ତାରିଖ

0

ନୂଆଦିଲ୍ଲୀ: ଘୋଷଣା ହେଲା ୨୦୨୪ ନିଟ୍ ପିଜି ପରୀକ୍ଷା ପାଇଁ ନୂଆ ତାରିଖ। ଆସନ୍ତା ଅଗଷ୍ଟ ୧୧ ତାରିଖ ହେବ ପରୀକ୍ଷା। ଦୁଇଟି ସିଫ୍ଟିରେ ପରୀକ୍ଷା କରାଯିବ। ଶୁକ୍ରବାର ନ୍ୟାସନାଲ ବୋର୍ଡ ଅଫ ଏକ୍‌ଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଯୋଗୁଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।

ନୋଟିସ୍‌ରେ କୁହାଯାଇଛି, ”ନିଟ୍-ପିଜି ୨୦୨୪ ପରୀକ୍ଷା ତାରିଖ ପୁନଃନିର୍ଦ୍ଧାରିତ ହୋଇଛି। ନିଟ୍-ପିଜି ୨୦୨୪ ଏବେ ଅଗଷ୍ଟ ୧୧ ତାରିଖ ଦିନ ଅନୁଷ୍ଠିତ ହେବ । ଦୁଇଟି ସିଫ୍ଟିରେ ପରୀକ୍ଷା ଆୟୋଜିତ କରାଯିବ।”

ସୂଚନାଯୋଗ୍ୟ, ଏହି ପରୀକ୍ଷା ଜୁନ୍ ୨୩ ତାରିଖରେ ହେବାର ଥିଲା। ୨୨ ତାରିଖ ରାତିରେ ହିଁ ପରୀକ୍ଷାକୁ ବାତିଲ କରାଯାଇଥିଲା। ଅନିୟମିତତା ହେବା ସନ୍ଦେହରେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଥିଲା। ଏଥର ନିଟ୍ ମେଡିକାଲ ଏଣ୍ଟ୍ରାନ୍ସ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି। ସେଣ୍ଟର ସିଲେକ୍ସନରେ ଘୋଟାଲାଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଲିକ୍ ହୋଇଥିବାର ଅଭିଯୋଗ କରି ବିଭିନ୍ନ ସ୍ଥାନରେ ପିଲାମାନେ ବିକ୍ଷୋଭ କରିଛନ୍ତି।

Leave A Reply

Your email address will not be published.