ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୨୦୨୪ ନିଟ୍ ପିଜି ପାଇଁ ଘୋଷଣା ହେଲା ନୂଆ ତାରିଖ

0

ନୂଆଦିଲ୍ଲୀ: ଘୋଷଣା ହେଲା ୨୦୨୪ ନିଟ୍ ପିଜି ପରୀକ୍ଷା ପାଇଁ ନୂଆ ତାରିଖ। ଆସନ୍ତା ଅଗଷ୍ଟ ୧୧ ତାରିଖ ହେବ ପରୀକ୍ଷା। ଦୁଇଟି ସିଫ୍ଟିରେ ପରୀକ୍ଷା କରାଯିବ। ଶୁକ୍ରବାର ନ୍ୟାସନାଲ ବୋର୍ଡ ଅଫ ଏକ୍‌ଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଯୋଗୁଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।

ନୋଟିସ୍‌ରେ କୁହାଯାଇଛି, ”ନିଟ୍-ପିଜି ୨୦୨୪ ପରୀକ୍ଷା ତାରିଖ ପୁନଃନିର୍ଦ୍ଧାରିତ ହୋଇଛି। ନିଟ୍-ପିଜି ୨୦୨୪ ଏବେ ଅଗଷ୍ଟ ୧୧ ତାରିଖ ଦିନ ଅନୁଷ୍ଠିତ ହେବ । ଦୁଇଟି ସିଫ୍ଟିରେ ପରୀକ୍ଷା ଆୟୋଜିତ କରାଯିବ।”

ସୂଚନାଯୋଗ୍ୟ, ଏହି ପରୀକ୍ଷା ଜୁନ୍ ୨୩ ତାରିଖରେ ହେବାର ଥିଲା। ୨୨ ତାରିଖ ରାତିରେ ହିଁ ପରୀକ୍ଷାକୁ ବାତିଲ କରାଯାଇଥିଲା। ଅନିୟମିତତା ହେବା ସନ୍ଦେହରେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଥିଲା। ଏଥର ନିଟ୍ ମେଡିକାଲ ଏଣ୍ଟ୍ରାନ୍ସ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି। ସେଣ୍ଟର ସିଲେକ୍ସନରେ ଘୋଟାଲାଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଲିକ୍ ହୋଇଥିବାର ଅଭିଯୋଗ କରି ବିଭିନ୍ନ ସ୍ଥାନରେ ପିଲାମାନେ ବିକ୍ଷୋଭ କରିଛନ୍ତି।

Leave A Reply

Your email address will not be published.