ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଏବେ ଓଡ଼ିଆରେ ପଢ଼଼ା ହେବ ଡାକ୍ତରୀ ପାଠ

0

ଭୁବନେଶ୍ବର: ଓଡିଆ ଭାଷାରେ ପଢ଼଼ା ହେବ ଡାକ୍ତରୀ ପାଠ। ରାଜ୍ୟରେ ଓଡ଼ିଆ ଭାଷାରେ ମିଳିବ ଡାକ୍ତରୀ ବହି। ଓଡ଼ିଆରେ ଏମ୍ ବିବିଏସ୍ ପାଠ୍ୟପୁସ୍ତକ ପାଇଁ ଏକ କମିଟି ଗଠନ ହୋଇଛି। ଏଥିପାଇଁ ଡାକ୍ତରୀ ପାଠ୍ୟ ପୁସ୍ତକର ଓଡିଆ ଅନୁବାଦ କରାଯିବ। ଏହା ସହିତ ଅନ୍ୟାନ୍ୟ ପ୍ରକ୍ରିୟା ନିର୍ଦ୍ଧାରଣ କରିବା ପାଇଁ ଆଜି ରାଜ୍ୟ ସରକାର ୨୨ ଜଣିଆ କମିଟି ଗଠନ କରିଛନ୍ତି। ଏହି କାମ ପାଇଁ କେତେ ପାଣ୍ଠି ଆବଶ୍ୟକ ଏବଂ କେତେଦିନ ଭିତରେ ଏମ୍‌‌ବିବିଏସ୍‌‌ ପାଠ୍ୟ ପୁସ୍ତକର ଅନୁବାଦ କାର୍ଯ୍ୟ ଶେଷ ହେବ ତାହା ଉକ୍ତ କମିଟି ଧାର୍ଯ୍ୟ କରିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଓୟୁଏଚ୍‌‌ଏସ୍‌‌)ର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ। ଏହି କମିଟିରେ ଏମ୍‌‌ସ ଭୁବନେଶ୍ୱର, ଏସ୍‌‌ସିବି ମେଡିକାଲ କଲେଜ ସମେତ ବିଭିନ୍ନ ମେଡିକାଲ କଲେଜର ପ୍ରାଧ୍ୟାପକଙ୍କ ସମେତ ଓଡ଼ିଶା ଭାଷା ପ୍ରତିଷ୍ଠାନର କର୍ମକର୍ତ୍ତା ସଦସ୍ୟ ରହିଛନ୍ତି। ଆଗାମୀ ୧୫ ଦିନ ଭିତରେ ଏହି କମିଟି ସ୍ୱାସ୍ଥ୍ୟ ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବ।

ଜାତୀୟ ଶିକ୍ଷା ନୀତି ବିରୋଧରେ ଯାଇ ହିନ୍ଦୀ କିମ୍ବା ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷାଦାନ ହୋଇପାରିବ ନାହିଁ ବୋଲି ୨୦୨୧ ସେପ୍ଟେମ୍ବର ମାସରେ ନ୍ୟାସନାଲ ମେଡିକାଲ କାଉନସିଲ ସ୍ପଷ୍ଟ କରିଥିଲା। ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ଶିକ୍ଷାଦାନ ପାଇଁ ନିୟମରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଏନ୍‌‌ଏମ୍‌‌ସି କହିଥିଲା। ଡାକ୍ତରୀ ଓ ପାରାମେଡିକାଲ ପାଠ୍ୟକ୍ରମରେ ହିନ୍ଦୀ ଭାଷାର ପ୍ରଚଳନ ପାଇଁ ମଧ୍ୟ ପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସରକାର ଘୋଷଣା କରିବା ପରିପ୍ରେକ୍ଷୀରେ ଏନ୍‌‌ଏମ୍‌‌ସି ଏହି ସ୍ପଷ୍ଟିକରଣ ଜାରି କରିଥିଲା।

ତେବେ ଚଳିତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ଆସିଥିବା ପ୍ରସ୍ତାବ ଅନୁସାରେ ଡାକ୍ତରୀ ଶିକ୍ଷା, ବିଜ୍ଞାନ ଓ ବୈଷୟିକ ପାଠ୍ୟକ୍ରମ ଓଡିଆ ଭାଷାରେ ପ୍ରଚଳନ ପାଇଁ ଏକ ନୀତି ନିର୍ଦ୍ଧାରଣ କରିବା ପାଇଁ ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ। ଅଭିଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ଇଂରାଜୀ ହେଉଛି ଅନ୍ତର୍ଜାତୀୟ ଭାଷା ଏବଂ ଏହି ଭାଷାରେ ଶିକ୍ଷାଗ୍ରହଣ ଜରୁରୀ। କିନ୍ତୁ ଋଷ, ଚୀନ ଭଳି ରାଷ୍ଟ୍ରରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ହେଉଛି ଏବଂ ସେହି ଭାଷାରେ ପାଠ ପଢ଼଼ି ବହୁତ ଭଲ ଡାକ୍ତର ବାହାରୁଛନ୍ତି। ତେଣୁ ଓଡିଆ ଭାଷାରେ ଡାକ୍ତରୀ ଶିକ୍ଷାଦାନ ହେଲେ ସମସ୍ୟା କିଛି ନାହିଁ। ଆମ ଭାଷାର ପ୍ରଚାର ପ୍ରସାର ହେବା ସହିତ ଏହା ଅଧିକ ରୁଦ୍ଧିମନ୍ତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.