ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ସ୍କୁଲ ଯିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

0

ଭୁବନେଶ୍ବର: ବିଦ୍ୟାଳୟରେ ଉପସ୍ଥାନ ବଢାଇବା ପାଇଁ ଆରମ୍ଭ ହେଲା ନିଆରା ବ୍ୟବସ୍ଥା। ୩୦ ଜିଲ୍ଲାର ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ପାଇବେ ଏହି ସୁବିଧା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଜନବସତିରୁ ବହୁ ଦୂର ଥିବାରୁ ଛାତ୍ରଛାତ୍ରୀମାନେ ଅଧାରେ ପାଠପଢା ଛାଡ଼ିଦିଅନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଆରମ୍ଭ କରିଛି ନିଆରା ବ୍ୟବସ୍ଥା। ଉପସ୍ଥାନ ବଢ଼ାଇବା ପାଇଁ ସ୍କୁଲ ଯାତାୟତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।

ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯଦି ୧ କିଲୋମିଟରରୁ ଅଧିକ ଯିବାକୁ ପଡ଼ୁଥିବ ତେବେ ସେହି ଛାତ୍ରଛାତ୍ରୀ ଅର୍ଥରାଶି ପାଇବେ। ସେହିପରି ଉଚ୍ଚ ପ୍ରାଥମିକରେ ପାଠ ପଢୁଥିବା ଛାତ୍ରଛାତ୍ରୀ ୩ କିଲୋମିଟର ଓ ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ ୫ କିଲୋମିଟରରୁ ଅଧିକ ଦୁରତାର ବିଦ୍ୟାଳୟ ଯାଉଥିଲେ ସରକାର ବହନ କରିବେ ଯାତାୟତ ଖର୍ଚ୍ଚ। ଏହି ବାବଦକୁ ବର୍ଷକୁ ଜଣେ ଛାତ୍ର ୬ହଜାର ଟଙ୍କା ପାଇବେ। ବିଦ୍ୟାଳୟରେ ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ହେଲେ ଏହି ଅର୍ଥରାଶି ପାଇବାକୁ ଛାତ୍ରଛାତ୍ରୀ ଯୋଗ୍ୟ ହେବେ ବୋଲି କହିଛନ୍ତି ଓସେପା ଅଧିକାରୀ।

Leave A Reply

Your email address will not be published.