ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ଭୁବନେଶ୍ବର: ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମଙ୍ଗଳବାର ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଓ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତ ସମୟରେ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ। ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ବିମାନ ବନ୍ଦରରେ ଆସି ପହଞ୍ଚିବେ ରାଷ୍ଟ୍ରପତି। ଏହାପରେ ସେଠାରୁ ସିଧା ରାଜଭବନ ଅଭିମୁଖେ ବାହାରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦାନ କରିବେ। ସେହିପରି ଆସନ୍ତାକାଲି ପୁରୀ ଗସ୍ତ କରି ରଥଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଆଜି ରାଜଭବନରେ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ସାମିଲ ହେବେ ରାଷ୍ଟ୍ରପତି। ଆସନ୍ତାକାଲି ପୁରୀ ଗସ୍ତ କରି ରଥଯାତ୍ରାରେ ସାମିଲ ହେବେ। ୮ ତାରିଖ ପ୍ରତ୍ୟୁଷରେ ରାଷ୍ଟ୍ରପତି ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ଓ୍ୱାକ କରିବେ। ସେହିଦିନ ପୂର୍ବାହ୍ନରେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବେ। ବିଭୂତି କାନୁନଗୋ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ।
ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ହରିଡାମଡ଼ା ଡିଭାଇନ ରିଟ୍ରିଟ ସେଣ୍ଟର ବା ‘ଡିଆରସି’ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।

୯ ତାରିଖ ପୂର୍ବାହ୍ନରେ ଜଟଣୀ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ‘ନାଇଜର’ର ତ୍ରୟୋଦଶ ସ୍ନାତକ ସମାରୋହ ଉତ୍ସବରେ ଯୋଗ ଦେବେ। ସେହିଦିନ ଅପରାହ୍ନରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ତେବେ ରାଜଧାନୀରେ ରାଷ୍ଟ୍ରପତିଙ୍କ ସମସ୍ତ ଗସ୍ତ କାର୍ଯ୍ୟକ୍ରମର ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଶୁକ୍ରବାର ଅପରାହ୍ନରେ କାର୍‌କେଡ୍‌ ରିହର୍ସାଲ କରାଯାଇଥିବାବେଳେ ବ୍ଲ୍ୟୁ ବୁକ୍‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନୋ‌ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି। ଏନେଇ ସେହି ସମୟରେ କୌଣସି ଡ୍ରୋନ ବା ଅନ୍ୟ କୌଣସି ବେଲୁନ ଉଡାଇ ପାରିବେ ନାହିଁ।

Leave A Reply

Your email address will not be published.