ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ମୋବାଇଲ ବନ୍ଦ ହୋଇ ଆଇକାର୍ଡ ଲାଗୁ ହେଲେ ସେବାୟତ କଣ୍ଟ୍ରୋଲକୁ ଆସିବେ : ଜଗନ୍ନାଥଙ୍କ ବାଡଗ୍ରାହୀ

0

ପୁରୀ: କାଲିର ଦିନ ଓଡିଶାବାସୀଙ୍କ ପାଇଁ ଥିଲା ବଡ କଷ୍ଟ ଦାୟକ। ଗୋଟେ ପଟେ କେନ୍ଦ୍ରାପଡାରେ ମହାପ୍ରଭୁ ବଳଭଦ୍ରଙ୍କ ରଥ ଗଡୁନଥିବା ବେଳେ, ପୁରୀରେ ଘଟି ଯାଇଛି କାଲି ଏକ ବଡ଼ ଅଘଟଣ। ଆଡପ ପହଣ୍ଡିବେଳେ ଚାରମାଳ ଉପରେ ମୁହଁ ମାଡି ଖସି ପଡିଛନ୍ତି ବଡ଼ ଠାକୁର ବଳଭଦ୍ର। ଏହି ଘଟଣାରେ ଓଡ଼ିଶାବାସୀ ବହୁତ ମର୍ମାହତ ହୋଇଛନ୍ତି। ଯାହାକୁ ନେଇ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ଆଡୁ ମତ ପ୍ରକାଶ ପାଉଥିବାବେଳେ ଏହାକୁ ନେଇ ସାଂଘାତିକ କଥା କହିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର।

ଜଗନ୍ନାଥ ମହାପାତ୍ର କହିଛନ୍ତି, ରଥ ଉପରକୁ ଯଦି ମୋବାଇଲ ବନ୍ଦ ହୋଇ ଆଇକାର୍ଡ ଲାଗୁ ହେବ ସେବାୟତ କଣ୍ଟ୍ରୋଲକୁ ଆସିବେ । ରଥରେ ମୋବାଇଲ ଧରି ଯାହା କରୁଛନ୍ତି ଦେଖିହେବନି। ପ୍ରଭୁ ପଡ଼ିନାହାନ୍ତି, ସେବାୟତଙ୍କ ଉପରେ ପଡ଼ିଗଲେ। ଆଜିକାଲିର ଯୁବପିଢି ବଡ଼ସାନ ବୋଲି ମାନୁନାହାନ୍ତି ବେପରୁଆ ହେଉଛନ୍ତି। ଅଣ ସେବାୟତମାନେ ଆସି ରଥ ଉପରେ ଭିଡ ଜମାଉଛନ୍ତି। ୫୦ଜଣ ଯାଗାରେ ୫୦୦ଜଣ ରହୁଛନ୍ତି। ଗୋଟିଏ ଗୋଟିଏ ମୋବାଇଲ ଧରି ଫଟୋ ଉଠାଇବାରେ ଲାଗି ପଡୁଛନ୍ତି। ମହାପ୍ରଭୁ ଫଟୋ ଉଠାଇ ରିଲ୍ସ କରି ବାହାର ଲୋକଙ୍କୁ ଦେଖାଉଛନ୍ତି। ଯାହା ଅଶୋଭନୀୟ।

Leave A Reply

Your email address will not be published.