ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ମୋବାଇଲ ବନ୍ଦ ହୋଇ ଆଇକାର୍ଡ ଲାଗୁ ହେଲେ ସେବାୟତ କଣ୍ଟ୍ରୋଲକୁ ଆସିବେ : ଜଗନ୍ନାଥଙ୍କ ବାଡଗ୍ରାହୀ

0

ପୁରୀ: କାଲିର ଦିନ ଓଡିଶାବାସୀଙ୍କ ପାଇଁ ଥିଲା ବଡ କଷ୍ଟ ଦାୟକ। ଗୋଟେ ପଟେ କେନ୍ଦ୍ରାପଡାରେ ମହାପ୍ରଭୁ ବଳଭଦ୍ରଙ୍କ ରଥ ଗଡୁନଥିବା ବେଳେ, ପୁରୀରେ ଘଟି ଯାଇଛି କାଲି ଏକ ବଡ଼ ଅଘଟଣ। ଆଡପ ପହଣ୍ଡିବେଳେ ଚାରମାଳ ଉପରେ ମୁହଁ ମାଡି ଖସି ପଡିଛନ୍ତି ବଡ଼ ଠାକୁର ବଳଭଦ୍ର। ଏହି ଘଟଣାରେ ଓଡ଼ିଶାବାସୀ ବହୁତ ମର୍ମାହତ ହୋଇଛନ୍ତି। ଯାହାକୁ ନେଇ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ଆଡୁ ମତ ପ୍ରକାଶ ପାଉଥିବାବେଳେ ଏହାକୁ ନେଇ ସାଂଘାତିକ କଥା କହିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର।

ଜଗନ୍ନାଥ ମହାପାତ୍ର କହିଛନ୍ତି, ରଥ ଉପରକୁ ଯଦି ମୋବାଇଲ ବନ୍ଦ ହୋଇ ଆଇକାର୍ଡ ଲାଗୁ ହେବ ସେବାୟତ କଣ୍ଟ୍ରୋଲକୁ ଆସିବେ । ରଥରେ ମୋବାଇଲ ଧରି ଯାହା କରୁଛନ୍ତି ଦେଖିହେବନି। ପ୍ରଭୁ ପଡ଼ିନାହାନ୍ତି, ସେବାୟତଙ୍କ ଉପରେ ପଡ଼ିଗଲେ। ଆଜିକାଲିର ଯୁବପିଢି ବଡ଼ସାନ ବୋଲି ମାନୁନାହାନ୍ତି ବେପରୁଆ ହେଉଛନ୍ତି। ଅଣ ସେବାୟତମାନେ ଆସି ରଥ ଉପରେ ଭିଡ ଜମାଉଛନ୍ତି। ୫୦ଜଣ ଯାଗାରେ ୫୦୦ଜଣ ରହୁଛନ୍ତି। ଗୋଟିଏ ଗୋଟିଏ ମୋବାଇଲ ଧରି ଫଟୋ ଉଠାଇବାରେ ଲାଗି ପଡୁଛନ୍ତି। ମହାପ୍ରଭୁ ଫଟୋ ଉଠାଇ ରିଲ୍ସ କରି ବାହାର ଲୋକଙ୍କୁ ଦେଖାଉଛନ୍ତି। ଯାହା ଅଶୋଭନୀୟ।

Leave A Reply

Your email address will not be published.