ଭୁବନେଶ୍ୱର: ଓଲିଉଡ୍ର ନାୟିକା ରିୟା ଦେ’ଙ୍କ ପାଇଁ ଅଡୁଆ ବଢ଼ିଲା। ତାଙ୍କ ନାଁରେ ହୋଇଥିବା ମାମଲା କଟକ ସ୍ଥାନାନ୍ତର କରାଯାଇଛି। ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ମାମଲା ହୋଇଥିଲା। ରିୟା ଓ ତାଙ୍କ ସ୍ୱାମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ରିୟା ଓ ତାଙ୍କ ସ୍ୱାମୀ ନିଜ ଘରେ ରଖିଥିବା ସହାୟିକାଙ୍କୁ ନିର୍ଯାତନା ଦେଉଥିଲେ। ଘରେ ତାଲା ପକାଇ ରଖୁଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ, ରିୟା ଓ ତାଙ୍କ ସ୍ୱାମୀ ସୁନୀଲ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ପୀଡ଼ିତା ବର୍ଷା ବେହେରା (୧୯) ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ବର୍ଷାଙ୍କୁ ରିୟା ଦେଢ଼ବର୍ଷ ଧରି କାମ କରାଇବା ପରେ ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରୁଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। କଟକ ମହାନଦୀ ବିହାରସ୍ଥିତ ରିୟାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ବର୍ଷା ସୋମବାର ଭୁବନେଶ୍ୱର ଚାଲିଆସିଥିଲେ। ବର୍ଷା କଟକରୁ ବସ୍ରେ ଆସି ଚନ୍ଦ୍ରଶେଖରପୁରରେ ରହୁଥିବା ତାଙ୍କର ଜଣେ ପରିଚିତ ଭଉଣୀଙ୍କ ଘରକୁ ଯାଇଥିଲେ। ହେଲେ ଭଉଣୀ ଘରେ ନ ଥିବାରୁ ବର୍ଷା ରାସ୍ତାରେ କାନ୍ଦୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ବର୍ଷାଙ୍କୁ ଈଶାନେଶ୍ୱର ଶିଶୁ ସୁରକ୍ଷା ଟିମ୍କୁ ହସ୍ତାନ୍ତର କରିଥିଲେ। ବର୍ଷାଙ୍କ ଭଉଣୀ ମଙ୍ଗଳବାର ପହଞ୍ଚିବା ପରେ ଶିଶୁ ସୁରକ୍ଷା ଟିମ୍ ସହ ବର୍ଷାଙ୍କୁ ନେଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଅନୁଯାୟୀ, ରିୟା ତାଙ୍କୁ ଘର କାମ ସହ ଅନ୍ୟାନ୍ୟ କାମ କରାଉଥିଲେ। ରିୟା ତାଙ୍କୁ ୮ହଜାର ଟଙ୍କା ସହ ଭରଣପୋଷଣ ଦେବା ପାଇଁ ଚୁକ୍ତି କରିଥିଲେ। ହେଲେ କିଛିଦିନ ତଳେ ବର୍ଷା ତାଙ୍କ ପୈତୃକ ଘରକୁ ଯିବାକୁ କହିବାରୁ ରିୟା ବାରଣ କରିଥିଲେ। ଏପରିକି ରିୟା ତାଙ୍କୁ ମାଡ଼ମାରି ଘରେ ବନ୍ଦ କରିଦେଇଥିଲେ। ରିୟା ତାଙ୍କୁ ଦିନକୁ ୨୦ ଥର ଉଠ୍ବସ୍ କରାଉଥିଲେ। ସ୍ୱାମୀ ସୁନୀଲ ତାଙ୍କ ଉପରକୁ ମଦ ବୋତଲ ଫୋପାଡୁଥିଲେ। ନିର୍ଯାତନାରେ ବର୍ଷା ଆହତ ହୋଇଥିବା ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ନେଇ ରିୟା କିମ୍ବା ତାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଅନ୍ୟପକ୍ଷରେ ରିଆଙ୍କ ସ୍ୱାମୀ ଗତ ୮ ତାରିଖରେ ବିଡ଼ାନାସୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଘରେ କେୟାରଟେକର ଭାବେ ରହୁଥିବା ଯୁବତୀ ନିଖୋଜ ଅଛନ୍ତି ବୋଲି ଏଫ୍ଆଇଆର୍ରେ ଦର୍ଶାଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମିଶିଂ ମାମଲା ରୁଜୁ କରିଥିଲା। ଏବେ ତାଙ୍କର ଠିକଣା ମିଳିଯାଇଥିବାରୁ ଦୁଇଟି ଅଭିଯୋଗର ତଦନ୍ତ ଏକା ସାଙ୍ଗରେ ହେବ ବୋଲି ପୁଲିସ୍ କହିଛି।
ପ୍ରମୁଖ ଖବର
ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ