ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ବଦଳି କରାଯାଇଛି। ତାଙ୍କୁ ଗୃହ ବିଭାଗ ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହା ପୂର୍ବରୁ ଆଶିଷଙ୍କ ଉପରେ ଇସିଆଇ କାର୍ଯ୍ୟାନୁଷ୍ଠାନ ନେଇଥିଲା।ସାଧାରଣ ନିର୍ବାଚନ ସମୟରୁ ଚର୍ଚ୍ଚାରେ ରହି ଆସିଛନ୍ତି ବରିଷ୍ଠ ଆଇପିଏସ ଆଶିଷ ସିଂ । ସୂଚନା ଅନୁସାରେ, 2004 ବ୍ୟାଚ ଆଇପିଏସ ଆଶିଷ ସିଂ ନିର୍ବାଚନ ସମୟରେ ସେଣ୍ଟ୍ରାଲ ରେଞ୍ଜ ଆଇଜି ଭାବେ କାର୍ଯ୍ୟ କରୁଥିଲେ । ସେ ନିର୍ବାଚନ ପରିଚାଳନାରେ ପକ୍ଷପାତିତା କରୁଥିବା ଅଭିଯୋଗ ହୋଇଥିଲା । ତେଣୁ ନିର୍ବାଚନ ସମ୍ପର୍କିତ କୌଣସି କାର୍ଯ୍ୟରେ ନିୟୋଜିତ ନକରିବା ଲାଗି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ଦାୟିତ୍ୱରୁ ହଟାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା । ଏହାପରେ ସେ ସ୍ୱାସ୍ଥ୍ୟ ସମସ୍ୟା ଆଳ କରି ମାସେ ଛୁଟିରେ ଯାଇଥିଲେ । ଅସୁସ୍ଥତା ଦର୍ଶାଇ ସେ ଛୁଟି ନେଇଥିବାରୁ, ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେ ସମ୍ପୂର୍ଣ୍ଣ ଠିକ୍ ଥିବା ଜାଣିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ ।
ପ୍ରମୁଖ ଖବର
୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍ ୱାର୍ଡେନ୍ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ