ଭୁବନେଶ୍ୱର: ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରୁ ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ବୁଧବାର ଜବତ ହୋଇଛି। ମୃତ ଯବାନ ଜଣଙ୍କ ହେଲେ ଦୁର୍ଯ୍ୟୋଧନ ମହାନ୍ତି। ଗଛରେ ରଶି ଲଗାଇ ଦୁର୍ଯ୍ୟୋଧନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ଦୁର୍ଯ୍ୟୋଧନ୨୦୦୨ ବ୍ୟାଚର ସିପାହୀ ଥିଲେ ।
ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରେ ଥିବା ଏକ ଗଛରେ ଦୁର୍ଯ୍ୟୋଧନଙ୍କ ମୃତଦେହ ଝୁଲୁଥିବା ନେଇ ପୋଲିସକୁ ଖବର ଦିଆଯାଇଥିଲା। ମୈତ୍ରୀ ବିହାର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଅନ୍ୟପକ୍ଷେ ଦୁର୍ଯ୍ୟୋଧନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସ ଖୋଳତାଡ଼ କରୁଛି। କାହିଁକି ଓ କେଉଁ ପରିସ୍ଥିତିରେ ସେ ଏପରି ଚରମ ନିଷ୍ପତ୍ତି ନେଲେ ସେନେଇ ପୋଲିସ ତଦନ୍ତ କରୁଛି । ପାରିବାରିକ କନ୍ଦଳ ଓ କିଛି ବକେୟା ଟଙ୍କା ପାଇଁ ଦୁର୍ଯ୍ୟୋଧନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ମୈତ୍ରୀବିହାର ଥାନା ପୋଲିସ ପହଞ୍ଚି ପଚରାଉଚରା କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ