ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ସଭାପତି ହେଲେ ସମୀର ଦେ

0

କଟକ: ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ସଭାପତି ଭାବେ ନିଯୁକ୍ତ ହେଲେ ସମୀର ଦେ ।ଏହା ପୂର୍ବରୁ ପୂର୍ବରୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ସଭାପତି ଥିଲେ। କୌଣସି ପ୍ରତିଦ୍ୱନ୍ଦୀ ନଥିବାରୁ ନିର୍ବାଚନ ପୂର୍ବରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ସମୀର ଦେ । ଏହା ସହିତ ସମ୍ପାଦକ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା । ଆଗାମୀ ୨୧ରେ ଫାଓର ନିର୍ବାଚନ ହେବାକୁ ଥିବା ବେଳେ ଏଥର ପୂର୍ବତନ ସଭାପତି ଦେବାଶିଷ ସାମନ୍ତରାୟ ପଦରୁ ଗତ ୯ ତାରିଖରେ ଇସ୍ତଫା ଦେଇଥିଲେ ।

ସୂଚନାଯୋଗ୍ୟ , ଗତ ଦୁଇଟି ନିର୍ବାଚନରେ ଦେବାଶିଷ ରାଧାରମଣ କ୍ଲବ ପକ୍ଷରୁ ପ୍ରତିନିଧିତ୍ଵ କରି ନିର୍ଦ୍ୱନ୍ଦରେରେ ସଭାପତି ହୋଇ ଆସୁଥିଲେ । ତେବେ ଏଥର କିନ୍ତୁ ରାଧାରମଣ କ୍ଲବ ପକ୍ଷରୁ ତାଙ୍କ ନାଁ ଦିଆଯାଇନଥିଲା । ସେପଟେ ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ପକ୍ଷରୁ ବିଜେପି ନେତା ସମୀର ଦେ ଙ୍କ ନାଁ ଦିଆଯାଇଥିଲା । ତେଣୁ ସମୀର ଦେ ହିଁ କ୍ରୀଡା ସଂଘର ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

Leave A Reply

Your email address will not be published.