ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ବାହୁଡା ଯାତ୍ରା ଓ ସୁନା ବେଶ ସରିବା ପରେ ହେବ ଭଣ୍ଡାର ଅଳଙ୍କାର ଗଣନା : ଅରବିନ୍ଦ ପାଢ଼ୀ

0

ପୁରୀ: ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ପାଳନ କରି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୧ ଜଣିଆ ଉଚ୍ଚସ୍ତରୀୟ କମିଟି ତତ୍ତ୍ୱାବଧାନରେ ଆଜି ଦୀର୍ଘ ୪୬ ବର୍ଷ ପରେ ‘ରତ୍ନଭଣ୍ଡାର’ ଖୋଲାଯାଇଛି। ଉଭୟ ବାହାର ଓ ଭିତର ଭଣ୍ଡାର ଖୋଲି ତଦାରଖ କରିଛି ମନିଟରିଂ କମିଟି। ଆଜି ନିର୍ଦ୍ଧାରିତ ସମୟ ଅପରାହ୍ନ ୧ଟା ୨୮ ମିନିଟରେ ପ୍ରଥମେ ବାହାର ‘ରତ୍ନଭଣ୍ଡାର’ ଖୋଲାଯିବା ପରେ ପରବର୍ତ୍ତୀ ସମୟରେ ଭିତର ଭଣ୍ଡାର ମଧ୍ୟ ଖୋଲାଯାଇଛି।

ବାହାର ଭଣ୍ଡାର ଅଳଙ୍କାର ସବୁ ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର କରାଯାଇଛି। ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ତାକୁ ସିଲ୍‌ କରାଯାଇଛି। ଏହାପରେ ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିଲା ନାହିଁ, ତେଣୁ ମାର୍ଗଦର୍ଶିକା ଅନୁଯାୟୀ ଭିତର ରତ୍ନଭଣ୍ଡାର ତାଲା ଭଙ୍ଗାଯାଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ସେହିପରି ଭିତର ଭଣ୍ଡାରର ତାଲା ନଖୋଲିବାରୁ ଏହାକୁ ଭାଙ୍ଗିବାକୁ ପଡିଛି। ଭିତର ଭଣ୍ଡାର ଖୋଲାଯାଇଥିଲେ ମଧ୍ୟ ସମୟ ଅଭାବରୁ ଅଳଙ୍କାର ସ୍ଥାନାନ୍ତରଣ କରାଯାଇ ପାରିନାହିଁ । ପୁନଃ ଏହାକୁ ନୂଆ ତାଲାରେ ସିଲ୍‌ କରାଯାଇଛି। ଆସନ୍ତାକାଲି ବାହୁଡାଯାତ୍ରା ଥିବା ବେଳେ ନୀଳଦ୍ରୀବିଜେ ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କର ବହୁ ନୀତିକାନ୍ତି ରହିଛି। ଭିତର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପାଇଁ ‘ନିଳାଦ୍ରୀବିଜେ’ ପରେ ପୁଣି ସମୟ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ବାହୁଡା ଯାତ୍ରା ଏବଂ ସୁନା ବେଶ ସରିବା ପରେ କମିଟି ବୈଠକରେ ଦିନ ଧାର୍ଯ୍ୟ କରି ଭିତର ଭଣ୍ଡାର ଅଳଙ୍କାର ଗଣନା କରିବେ ବୋଲି ସୂଚନ ଦେଇଛନ୍ତି ଅରବିନ୍ଦ ପାଢ଼ୀ।

Leave A Reply

Your email address will not be published.