ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ସମ୍ବଲପୁର ରେଳ ଫ୍ଲାଏଓଭର ପାଇଁ ୨୮୮.୬୧ କୋଟି ଟଙ୍କା ମଞ୍ଜୁରୀ

0

ସମ୍ବଲପୁର: ସମ୍ବଲପୁର ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନକୁ ରେଳ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଦୂର କରିବା ଉଦେଶ୍ୟରେ ୮ .୧୦ କିଲୋମିଟର ଦୂରତା ବିଶିଷ୍ଟ ଏକ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ୨୮୮.୬୧ କୋଟି ଟଙ୍କା ମଞ୍ଜୁର କରିଛି।

ଏହି ପ୍ରକଳ୍ପ ଟିଟିଲାଗଡ, ଝାରସୁଗୁଡା, ଏବଂ ଅନୁଗୁଳ ପାର୍ଶ୍ୱକୁ ଯାତ୍ରୀବାହୀ ଟ୍ରେନର ସୁଗମ ଚଳାଚଳ କ୍ଷେତ୍ରରେ ସହଜ କରିବ। ସମ୍ପ୍ରତି, ଝାରସୁଗୁଡା, ଟିଟିଲାଗଡ ଏବଂ ଅନୁଗୁଳ ପାର୍ଶ୍ୱରୁ ସମ୍ବଲପୁର ଷ୍ଟେସନକୁ ଆସୁଥିବା ଟ୍ରେନ ଗୁଡିକ କ୍ରସ୍ ଟ୍ରାଫିକ୍ ସମସ୍ୟା ଯୋଗୁଁ ସମ୍ବଲପୁର ଜଙ୍କସନ ଏବଂ ସମ୍ବଲପୁର ସିଟି ଷ୍ଟେସନରେ ନିୟନ୍ତ୍ରଣ କରାଯାଇଥାଏ, ଯାହାଦ୍ୱାରା ଟ୍ରେନ ଚଳାଚଳ କ୍ଷେତ୍ରରେ ବିଳମ୍ବ ଏବଂ କାର୍ଯ୍ୟକ୍ଷମ ଅପାରଗତାକୁ ଦର୍ଶାଇଥାଏ। ରେଳ କ୍ରସିଂ ଟ୍ରାଫିକ୍ ସମସ୍ୟାକୁ ଏହି ରେଳ ଫ୍ଲାଏ ଓଭର ନିର୍ମାଣ ବର୍ତ୍ତମାନର ଟ୍ରେନ ଚଳାଚଳ ସମସ୍ୟାର ସମାଧାନ କରିବ ଯାହା ଭୂପୃଷ୍ଠ କ୍ରସିଂ ବିନା ଏକକାଳୀନ ସମସ୍ତ ପାର୍ଶ୍ୱକୁ ଟ୍ରେନ୍ ଚଳାଚଳକୁ ସକ୍ଷମ କରିବ, ଯାହାଦ୍ୱାରା ବର୍ତ୍ତମାନର ପ୍ରତିବନ୍ଧକକୁ ଏଡାଇ ଦିଆଯାଇ ପାରିବ ଏବଂ ଏହି ଅଞ୍ଚଳରେ ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି କରାଯାଇପାରିବ।

Leave A Reply

Your email address will not be published.