ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ମାଲକାନଗିରିରେ ସର୍ବାଧିକ ବର୍ଷା

0
  • ବଣ୍ଡାଘାଟିରେ ବର୍ଷା ବିତ୍ପାତ
  • ଲଗାଣ ବର୍ଷାରେ ଧସିଲା ପାହାଡ
  • ଖଇରପୁଟ-ମୁଦୁଲିପଡାକୁ ଯୋଗାଯୋଗ ଠପ୍‌

ମାଲକାନଗିରି: ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଗତ ୨୪ ଘଂଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ସର୍ବାଧିକ ୨୨୦.୫ ମି.ମି. ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି। ବଣ୍ଡାଘାଟିରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ପାହାଡ଼ ଧସିଛି।

ଫଳରେ ଖଇରପୁଟ-ମୁଦୁଲିପଡାକୁ ଯୋଗାଯୋଗ ଠପ୍‌ ହୋଇପଡ଼ିଛି। ବଣ୍ଡାଘାଟିର ୨ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପାହାଡରୁ ମାଟି ଅତଡ଼ା ଖସୁଥିବା ବେଳେ ଅଣ୍ଡାହଲ ଓ ମଦୁଲିପଡ଼ା ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରବଳ ବର୍ଷାରେ କାଙ୍ଗୁରୁ କଣ୍ଡା ପୋଲ ଉପରେ ୨ରୁ ୩ ଫୁଟ ପାଣି ଚାଲିଥିବା ବେଳେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି । କାଙ୍ଗୁରୁ କଣ୍ଡା ବ୍ରିଜ ମାଲକାନଗିରି ଏବଂ କାଲିମେଳାକୁ ବିଚ୍ଛିନ୍ନ କରିଦେଇଛି। ବିଭିନ୍ନ ସ୍ଥାନରେ ପୋଲ ବୁଡ଼ିଥିବା ଦେଖିବାକୁ ମିଳିଛି। ମାଲକାନଗିରି-ମୋଟୁ ଜାତୀୟ ରାଜପଥ-୩୨୬ ଅବରୋଧ ହୋଇଥିବା ବେଳେ କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୦, ପୋଟେରୁ ପୋଲ ଉପରେ ପାଣି ଚାଲିଛି।

ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡାରେ ୨୧୭.୦ ମି.ମି, ମାଲକାନଗିରିରେ ୧୮୪.୨ ମି.ମି., ମାଥିଲିରେ ୧୬୩.୦ ମି.ମି., କୋରାପୁଟ ଜିଲ୍ଲାର କୋଟପାଡ଼ରେ ୧୫୮.୦ ମି.ମି, ମାଲକାନଗିରି ଜିଲ୍ଲାର ପଡ଼ିଆରେ ୧୩୦.୫ ମି.ମି, ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡିରେ ୧୧୫.୦ ମି.ମି, ତେନ୍ତୁଳିଖୁଂଟିରେ ୧୦୯.୦ ମି.ମି, ପାପଡ଼ାହାଣ୍ଡିରେ ୧୦୫.୦ ମି.ମି, ଗଞ୍ଜାମ ଜିଲ୍ଲାର ଆସିକାରେ ୯୭.୮ ମି.ମି., ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ାରେ ୯୬.୪ ମି.ମି., ନବରଙ୍ଗପୁରରେ ୯୩.୦ ମି.ମି., ନବରଙ୍ଗପୁରରେ ୯୦.୦ ମି.ମି., କୋରାପୁଟ ଜିଲ୍ଲାର ଜୟପୁରରେ ୮୬.୪ ମି.ମି. ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ୮୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି।

Leave A Reply

Your email address will not be published.