ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ମାଲକାନଗିରିରେ ସର୍ବାଧିକ ବର୍ଷା

0
  • ବଣ୍ଡାଘାଟିରେ ବର୍ଷା ବିତ୍ପାତ
  • ଲଗାଣ ବର୍ଷାରେ ଧସିଲା ପାହାଡ
  • ଖଇରପୁଟ-ମୁଦୁଲିପଡାକୁ ଯୋଗାଯୋଗ ଠପ୍‌

ମାଲକାନଗିରି: ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଗତ ୨୪ ଘଂଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ସର୍ବାଧିକ ୨୨୦.୫ ମି.ମି. ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି। ବଣ୍ଡାଘାଟିରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ପାହାଡ଼ ଧସିଛି।

ଫଳରେ ଖଇରପୁଟ-ମୁଦୁଲିପଡାକୁ ଯୋଗାଯୋଗ ଠପ୍‌ ହୋଇପଡ଼ିଛି। ବଣ୍ଡାଘାଟିର ୨ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପାହାଡରୁ ମାଟି ଅତଡ଼ା ଖସୁଥିବା ବେଳେ ଅଣ୍ଡାହଲ ଓ ମଦୁଲିପଡ଼ା ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରବଳ ବର୍ଷାରେ କାଙ୍ଗୁରୁ କଣ୍ଡା ପୋଲ ଉପରେ ୨ରୁ ୩ ଫୁଟ ପାଣି ଚାଲିଥିବା ବେଳେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି । କାଙ୍ଗୁରୁ କଣ୍ଡା ବ୍ରିଜ ମାଲକାନଗିରି ଏବଂ କାଲିମେଳାକୁ ବିଚ୍ଛିନ୍ନ କରିଦେଇଛି। ବିଭିନ୍ନ ସ୍ଥାନରେ ପୋଲ ବୁଡ଼ିଥିବା ଦେଖିବାକୁ ମିଳିଛି। ମାଲକାନଗିରି-ମୋଟୁ ଜାତୀୟ ରାଜପଥ-୩୨୬ ଅବରୋଧ ହୋଇଥିବା ବେଳେ କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୦, ପୋଟେରୁ ପୋଲ ଉପରେ ପାଣି ଚାଲିଛି।

ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡାରେ ୨୧୭.୦ ମି.ମି, ମାଲକାନଗିରିରେ ୧୮୪.୨ ମି.ମି., ମାଥିଲିରେ ୧୬୩.୦ ମି.ମି., କୋରାପୁଟ ଜିଲ୍ଲାର କୋଟପାଡ଼ରେ ୧୫୮.୦ ମି.ମି, ମାଲକାନଗିରି ଜିଲ୍ଲାର ପଡ଼ିଆରେ ୧୩୦.୫ ମି.ମି, ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡିରେ ୧୧୫.୦ ମି.ମି, ତେନ୍ତୁଳିଖୁଂଟିରେ ୧୦୯.୦ ମି.ମି, ପାପଡ଼ାହାଣ୍ଡିରେ ୧୦୫.୦ ମି.ମି, ଗଞ୍ଜାମ ଜିଲ୍ଲାର ଆସିକାରେ ୯୭.୮ ମି.ମି., ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ାରେ ୯୬.୪ ମି.ମି., ନବରଙ୍ଗପୁରରେ ୯୩.୦ ମି.ମି., ନବରଙ୍ଗପୁରରେ ୯୦.୦ ମି.ମି., କୋରାପୁଟ ଜିଲ୍ଲାର ଜୟପୁରରେ ୮୬.୪ ମି.ମି. ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ୮୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି।

Leave A Reply

Your email address will not be published.