ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି

0

ନୂଆଦିଲ୍ଲୀ: ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି। କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ଦେଇ ପଦ ଛାଡିଲେ ମନୋଜ । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ମାସେ ପୂର୍ବରୁ ମନୋଜ ଇସ୍ତଫା ଦେଇଥିବା ସୂଚନା ମିଳିଛି। ତେବେ ତାଙ୍କର କାର୍ଯ୍ୟକାଳ ୨୦୨୯ରେ ଶେଷ ହେବାକୁ ଥିଲା । ତେବେ ଇସ୍ତଫା ପାଇଁ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ଏହି ଇସ୍ତଫାର, ଜାରି ରହିଥିବା ବିବାଦ ସହ କୌଣସି ସମ୍ପର୍କ ନଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି।

ଏହା ସହିତ ମନୋଜ ସୋନିଙ୍କ ଇସ୍ତଫା ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ନେଇ ତେଜିଥିବା ବିବାଦ ସହ ଜଡିତ ନୁହେଁ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ପୂଜା ଖେଡକର ଯିଏ ତାଙ୍କର ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ ୟୁପିଏସସିରେ ଭର୍ତ୍ତି ହୋଇିଛନ୍ତି।

ଯୁପିଏସସି, ଏକ ସଂସ୍ଥା ଯାହା ସିଭିଲ୍ ସର୍ଭିସ୍ ପରୀକ୍ଷା ଆୟୋଜିତ କରିଥାଏ। ଯେଉଁଥିରେ ଛାତ୍ରଛାତ୍ରୀମାନେ ଟପ୍ କରି ଆଇଏଏସ, ଆଇପିଏସ ଏବଂ ଆଇଏଫଏସ ଭଳି ପଦରେ ନିଯୁକ୍ତି ପାଇଥାନ୍ତି। ଯେଉଁଥିରେ ୨୦୧୭ରେ ମନୋଜ ସୋନି ୟୁପିଏସସିର ଜଣେ ସଦସ୍ୟ ହୋଇଥିଲେ। ଗତବର୍ଷ (୨୦୨୩ ) ମେ’ ୧୬, ରେ ସଂଘ ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ୨୦୨୯ ମସିହା ମେ’ ୧୫ ତାରିଖ ଯାଏ ଥିଲା। ସ୍ବାଭାବିକ କାର୍ଯ୍ୟକାଳ ଶେଷ ହେବାର ଦୀର୍ଘ ୫ବର୍ଷ ପୂର୍ବରୁ ମନୋଜ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ସାମ୍ନାକୁ ଆସିନି। ବୃତ୍ତିଗତ ଭାବେ ଜଣେ ଶିକ୍ଷାବିତ ଥିବା ମନୋଜ ‘ୟୁପିଏସସି’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ଆୟୋଗର ସଦସ୍ୟ ରହିଥିଲେ। ଏହା ପୂର୍ବରୁ ଏକାଧିକ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ମଧ୍ୟ ଦାଇତ୍ୱ ତୁଲାଇଥିଲେ। ୨୦୦୫ ରେ ସେ ବରୋଦାର ମହାରାଜ ଶାଓଜୀରାଓ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାଇତ୍ୱ ନେଇ ଦେଶର ସର୍ବକନିଷ୍ଠ କୁଳପତି ହୋଇଥିଲେ।

Leave A Reply

Your email address will not be published.