ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ରତ୍ନଭଣ୍ଡାରରେ ଖାଲି ଅଳଙ୍କାର ନୁହେଁ, ଗଚ୍ଛିତ ଅଛି ରାଜା ରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର ଓ ମୁକୁଟ

0

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଆଚମ୍ବିତ କଲାଭଳି ତଥ୍ୟ ଦେଇଛନ୍ତି ଖୋଦ ରତ୍ନଭଣ୍ଡାର ତଦାରଖ କମିଟିର ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଖାଲି ଅଳଙ୍କାର ନୁହେଁ, ଗଚ୍ଛିତ ଅଛି ରାଜା ରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର ଓ ମୁକୁଟ। ଯେଉଁଥିରେ ତେଣ୍ଟା ଓ ବର୍ଚ୍ଛା ଭଳି ରାଜା ରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର ରହିଛି।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜଷ୍ଟିସ୍ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରାରେ କିଛି ଯୁଦ୍ଧ ସାମଗ୍ରୀ ରହିଛି। ସେଥିରେ କେତେକ ତେଣ୍ଟା ବର୍ଛା ଆଦି ଥିବା ଦେଖିବାକୁ ମିଳିଛି। ତେବେ ସେ ଅସ୍ତ୍ରଶସ୍ତ୍ର ଗୁଡ଼ିକ କଳା ପଡ଼ିଯାଇଥିବାରୁ ତାହା କେଉଁ ଧାତୁରେ ତିଆରି ଜଣାପଡ଼ିନି। ସେଗୁଡ଼ିକୁ ସିଲ କରାଯାଇ ଅସ୍ଥାୟୀ ଭଣ୍ଡାରରେ ରଖାଯାଇଛି। ଏଥିସହ ସେ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ରତ୍ନଭଣ୍ଡାରରେ ମୁକୁଟ ଅଛି।
ରତ୍ନଭଣ୍ଡାର ଭିତରେ ଅଧିକ ଗୁପ୍ତ କୋଠରୀ କି ସୁଡ଼ଙ୍ଗ ଅଛି କି ନାହିଁ, ତାକୁ ନେଇ କିନ୍ତୁ ସଂଶୟର ସମାପ୍ତି ଘଟୁନି। ଯଦିଓ ରତ୍ନଭଣ୍ଡାର ଭିତରକୁ ଯାଇଥିବା ୧୧ ଜଣିଆ ପ୍ରାଧିକୃତ ଟିମ୍ ଏସବୁ ଚର୍ଚ୍ଚା ଆଲୋଚନାକୁ ଗୁଜବ ବୋଲି କହି ସାରିଛନ୍ତି। କିନ୍ତୁ ଗଜପତି ମହାରାଜାଙ୍କ ଲେଜର ସ୍କାନିଂ ସଙ୍କେତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ପାଇଁ ଏସ୍ଓପିରେ ସଂଶୋଧନ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପୁଣିଥରେ ଏନେଇ ଯାଞ୍ଚ ପାଇଁ ସରକାରଙ୍କୁ ସୁପାରିଶ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।

Leave A Reply

Your email address will not be published.