ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ରାଜ୍ୟ କ୍ରୀଡା ପୁରସ୍କାରରୁ ହଟିଲା ବିଜୁ ପଟ୍ଟନାୟକଙ୍କ ନାମ

0

ଭୁବନେଶ୍ବର: ରାଜ୍ୟ କ୍ରୀଡା ପୁରସ୍କାରରୁ ହଟିଲା ବିଜୁ ପଟ୍ଟନାୟକଙ୍କ ନାମ। ଏହା ବଦଳରେ କ୍ରୀଡା ପୁରସ୍କାରର ନାମ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ବୋଲି ଘୋଷଣା କରିଛି କ୍ରୀଡା ବିଭାଗ।

ତେବେ ପ୍ରତିଭାବାନ କ୍ରୀଡାବିତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୦୧ରୁ ତତ୍କାଳୀନ ରାଜ୍ୟ ସରକାର ସ୍ବର୍ଗତ ବିଜୁ ପଟ୍ଟନାୟକ ଶାସନକାଳରେ କ୍ରୀଡାବିଭାଗ ପକ୍ଷରୁ “ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର” ଯୋଜନା ଆରମ୍ଭ ହୋଇଥିଲା। ଯାହା ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ। ଯେଉଁମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଛନ୍ତି, ଏହା ସହିତ ଏକ ସକ୍ରିୟ କ୍ରୀଡ଼ା କ୍ୟାରିଅରରୁ ଅବସର ନେବା ପରେ ବି ତାଙ୍କ ବ୍ୟକ୍ତିଗତ ସାମର୍ଥ୍ୟରେ କ୍ରୀଡ଼ା ଏବଂ ଖେଳର ପ୍ରଚାରରେ ଯୋଗଦାନ ଜାରି ରଖିଛନ୍ତି ସେମାନଙ୍କୁ ଏହି ପୁରସ୍କାର ଆଜୀବନ ସଫଳତା ପାଇଁ ସମ୍ମାନ ପୂର୍ବକ ପ୍ରଦାନ କରାଯାଇଥାଏ। ମୋଟ ୮ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଏ।

ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ରଙ୍ଗ ଓ ନାମ ବଦଳାଉଛନ୍ତି ନୂଆ ସରକାର। ଏହିକ୍ରମରେ ଆଜି “ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର”ର ନାମ ବଦଲାଇ ଏହାକୁ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ନାମରେ ନାମିତ କରିଛନ୍ତି ରାଜ୍ୟ ସରକାର। ଯାହା ଆଗାମୀ ଜାତୀୟ କ୍ରୀଡା ଦିବସରେ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ନାମରେ ପ୍ରଦାନ କରାଯିବ।

Leave A Reply

Your email address will not be published.