ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଦିନେ ଦୁଇ ଦିନ ମଧ୍ୟରେ ଭଣ୍ଡାର ଯାଞ୍ଚ କରିବ ଏଏସଆଇ ଟିମ୍

0

ଭୁବନେଶ୍ବର: ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଭିତର ରତ୍ନ ଭଣ୍ଡାରର ଭିତର ଅଂଶକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ। ଏନେଇ ସୋମବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ତେବେ ସମସ୍ତ ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଭିତର କୋଠରୀରୁ ସ୍ଥାନାନ୍ତରିତ ହୋଇସାରିଛି। ପ୍ରଥମେ ରତ୍ନଭଣ୍ଡାରର ଅନୁଧ୍ୟାନ କରିବ ଏଏସଆଇ ଟିମ୍। ଭଣ୍ଡାର ଭିତରର ସ୍ଥିତି ଦେଖିବା ପରେ ମରାମତି ପାଇଁ କେତେ ଦିନ ଲାଗିବ କେବେଠୁ ଆରମ୍ଭ ହେବ ସେନେଇ ଆଲୋଚନା ହେବ।

ଜୁଲାଇ ୧୮ରେ ଆଉ ଥରେ ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଶୁଭବେଳା ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଭିତର ଭଣ୍ଡାର ଖୋଲାଯାଇଥିଲା । ଏହା ପରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ନୂଆ ସିନ୍ଦୁକରେ ରହିଛି ଅଳଙ୍କାର। ଭିତର ରତ୍ନ ଭଣ୍ଡାରର ଅଳଙ୍କାରକୁ ଶ୍ରୀମନ୍ଦିର ଭିତରେ ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ପ୍ରସଙ୍ଗରେ ପୂର୍ବରୁ ପ୍ରତିକ୍ରିୟା ରଖିଥିଲେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ସେ କହିଥିଲେ, ଏସଓପି ରେ ଥିବା ଦୁଇଟି କାର୍ଯ୍ୟ ଶେଷ ହୋଇଛି। ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ସ୍ଥାନାନ୍ତର ସରିଛି। ଏବେ ତୃତୀୟ କାର୍ଯ୍ୟ ମଣତି ଓ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ।

Leave A Reply

Your email address will not be published.