ପ୍ରମୁଖ ଖବର

୨୦୨୯ ସୁଦ୍ଧା ଭାରତ-ଇଟାଲୀ ବାଣିଜ୍ୟ ୨୦ ବିଲିୟନ ୟୁରୋ ଲକ୍ଷ୍ୟ
ଭାରତର ପ୍ରଥମ ସ୍ୱଦେଶୀ ବାର୍ଡ ଫ୍ଲୁ ଟିକା ବିକଶିତ
ନଭେମ୍ବର ୧୯ରେ ଶିଳ୍ପ ସମ୍ମିଳନୀ ଉଦ୍‌ଘାଟନ କରିବେ ମୋଦୀ
ଜବଲପୁର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ପାର୍ସଲ ବଗିକୁ ବ୍ୟାପିଲା ନିଆଁ
ଉତ୍ତରପ୍ରଦେଶରେ ତୃତୀୟ ଥର ସରକାର ଗଠନ ନେଇ ଯୋଗୀଙ୍କ ଆଶା
ବିହାରରେ ସେନ୍‌କୋ ଗୋଲ୍ଡରୁ ୪୦ କୋଟିର ଅଳଙ୍କାର ଲୁଟ୍‌

ଏକ୍ସପାଏରୀ ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

0

ଜଗତସିଂହପୁର: ଏକ୍ସପାଏରୀ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ। ଜଗତସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏହି ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ସୋମବାର ସ୍କୁଲରେ ଉପସ୍ଥିତ ଥିବା ୧୧୫ଜଣ ଛାତ୍ରୀଛାତ୍ରଙ୍କୁ ଆଇରନ୍‌ ବଟିକା ଖାଇବାକୁ ଦିଆଯାଇଥିଲା। ବଟିକା ଖାଇବାର କିଛି ସମୟ ପରେ କେତେଜଣ ଛାତ୍ରୀଛାତ୍ର ବାନ୍ତି କରିବା ସହ ମୁଣ୍ଡ ବୁଲାଇ ପେଟ ବ୍ୟଥା ହେଉଥିବା କହିଥିଲେ। ଏହାର କିଛି ସମୟ ପରେ ୩୦ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଏକ୍ସପାଏରୀ ଆଇରନ୍‌ ବଟିକା ଖାଇଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି।

Leave A Reply

Your email address will not be published.