ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ଆର୍‌. ସନ୍ଥଗୋପାଳନ ହେଲେ ରାଜ୍ୟର ନୂଆ ସିଇଓ

0

ଭୁବନେଶ୍ବର: ରାଜ୍ୟର ନୂଆ ସିଇଓ ହେଲେ ଆଇଏଏସ ଅଫିସର ଆର୍‌ ସନ୍ଥଗୋପାଳନ। ୨୦୦୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ହେଉଛନ୍ତି ସନ୍ଥଗୋପାଳନ। ସନ୍ଥଗୋପାଳନଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ଭାବରେ ଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଇସିଆଇ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।

ପୂର୍ବରୁ ସିଇଓ ଥିବା ନିକୁଞ୍ଜବିହାରୀ ଧଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ମିଳିବା ପରେ ସିଇଓ ପଦବୀ ଖାଲି ପଡିଥିଲା। କିଏ ନୂଆ ସିଇଓ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଆଉ ଶେଷରେ ୨୦୦୧ ବ୍ୟାଚର ଆଇଏଏସ୍ ଅଫିସର ଆର.ସନ୍ଥଗୋପାଳନଙ୍କୁ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.