ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

‘ଏନର୍ଜି କ୍ୟାପିଟାଲ’ ହେବ ଅନୁଗୁଳ : ମୁଖ୍ୟମନ୍ତ୍ରୀ

0

ଅନୁଗୁଳ: ତ୍ରୟୋଦଶତମ ଅନୁଗୁଳ ଜିଲା ମହୋତ୍ସବ-୨୦୨୬ ଉଦଘାଟିତ ହୋଇଛି। ଉଦ୍‌ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଅନୁଗୁଳ ସଂସ୍କୃତି, ପରମ୍ପରା ଓ ଆତିଥ୍ୟରେ ଅନନ୍ୟ ଓ ଏହି ମହୋତ୍ସବ ସାମୁଦାୟିକ ଏକତାକୁ ଆହୁରି ମଜବୁତ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନୁଗୁଳ ଓଡ଼ିଶାର ମଧ୍ୟଭାଗରେ ଥିବା ସଂସ୍କୃତି, ପ୍ରାକୃତିକ ସମ୍ପଦ ଓ ଶିଳ୍ପ ଉନ୍ନତିର ଏକ ମିଶ୍ରଣ। ସାତକୋଶିଆ, ମହାନଦୀ ଓ ବ୍ରାହ୍ମଣୀ ନଦୀ ଏଠାର ପର୍ଯ୍ୟଟନ ସମ୍ଭାବନାକୁ ବଢ଼ାଇଥିବା ବେଳେ ନାଲକୋ, ଏମସିଏଲ୍ ଓ ଏନ୍‌ଟିପିସି ଭଳି ସଂସ୍ଥାଗୁଡ଼ିକ ଏହାକୁ ଶିଳ୍ପ କେନ୍ଦ୍ରରେ ପରିଣତ କରିଛି।

ସେ ଅନୁଗୁଳକୁ ଭବିଷ୍ୟତରେ ରାଜ୍ୟର “ଏନର୍ଜି କ୍ୟାପିଟାଲ” ଭାବେ ଗଢ଼ିଉଠିବ ବୋଲି କହିଥିଲେ। ତାଳଚେରର ପ୍ରସ୍ତାବିତ କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ ଓ ପାରାଦୀପ-ରାଉରକେଲା ଶିଳ୍ପ କରିଡର ଯୋଜନା ଏହି ଜିଲ୍ଲାର ଅର୍ଥନୈତିକ ବିକାଶକୁ ଗତି ଦେବ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ଅବସରରେ ୫୫୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ରଖାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା ଏବଂ “ଆମ ଜିଲ୍ଲା ଆମ କଥା” ସ୍ମରଣିକା ଉନ୍ମୋଚନ ହୋଇଥିଲା।

Leave A Reply

Your email address will not be published.