ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

‘ଏନର୍ଜି କ୍ୟାପିଟାଲ’ ହେବ ଅନୁଗୁଳ : ମୁଖ୍ୟମନ୍ତ୍ରୀ

0

ଅନୁଗୁଳ: ତ୍ରୟୋଦଶତମ ଅନୁଗୁଳ ଜିଲା ମହୋତ୍ସବ-୨୦୨୬ ଉଦଘାଟିତ ହୋଇଛି। ଉଦ୍‌ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଅନୁଗୁଳ ସଂସ୍କୃତି, ପରମ୍ପରା ଓ ଆତିଥ୍ୟରେ ଅନନ୍ୟ ଓ ଏହି ମହୋତ୍ସବ ସାମୁଦାୟିକ ଏକତାକୁ ଆହୁରି ମଜବୁତ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନୁଗୁଳ ଓଡ଼ିଶାର ମଧ୍ୟଭାଗରେ ଥିବା ସଂସ୍କୃତି, ପ୍ରାକୃତିକ ସମ୍ପଦ ଓ ଶିଳ୍ପ ଉନ୍ନତିର ଏକ ମିଶ୍ରଣ। ସାତକୋଶିଆ, ମହାନଦୀ ଓ ବ୍ରାହ୍ମଣୀ ନଦୀ ଏଠାର ପର୍ଯ୍ୟଟନ ସମ୍ଭାବନାକୁ ବଢ଼ାଇଥିବା ବେଳେ ନାଲକୋ, ଏମସିଏଲ୍ ଓ ଏନ୍‌ଟିପିସି ଭଳି ସଂସ୍ଥାଗୁଡ଼ିକ ଏହାକୁ ଶିଳ୍ପ କେନ୍ଦ୍ରରେ ପରିଣତ କରିଛି।

ସେ ଅନୁଗୁଳକୁ ଭବିଷ୍ୟତରେ ରାଜ୍ୟର “ଏନର୍ଜି କ୍ୟାପିଟାଲ” ଭାବେ ଗଢ଼ିଉଠିବ ବୋଲି କହିଥିଲେ। ତାଳଚେରର ପ୍ରସ୍ତାବିତ କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ ଓ ପାରାଦୀପ-ରାଉରକେଲା ଶିଳ୍ପ କରିଡର ଯୋଜନା ଏହି ଜିଲ୍ଲାର ଅର୍ଥନୈତିକ ବିକାଶକୁ ଗତି ଦେବ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ଅବସରରେ ୫୫୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ରଖାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା ଏବଂ “ଆମ ଜିଲ୍ଲା ଆମ କଥା” ସ୍ମରଣିକା ଉନ୍ମୋଚନ ହୋଇଥିଲା।

Leave A Reply

Your email address will not be published.