ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଜିଲ୍ଲାପାଳଙ୍କ ରିପୋର୍ଟ ପରେ ଘୋଷଣା ହେବ ଖରାଛୁଟି

0

ଭୁବନେଶ୍ୱର: ରାଜ୍ୟରେ ଦିନକୁଦିନ ଗରମ ବଢ଼ିବାରେ ଲାଗିଛି ଏବଂ ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିଅସ୍‌ ଛୁଇଁଯାଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ପ୍ରଥମେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ବିଶେଷକରି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅସହ୍ୟ ଗରମ ହେଉଥିବା ସୂଚନା ମିଳିଥିବାରୁ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ସମ୍ବନ୍ଧିତ ଜିଲ୍ଲାପାଳମାନେ ପରିସ୍ଥିତି ଆଲୋଚନା କରି ରିପୋର୍ଟ ଦେଲେ, ସେହି ଆଧାରରେ ସ୍କୁଲ ଛୁଟି ନେଇ ଚୁକ୍ତିକର ନିଷ୍ପତି ନିଆଯିବ।

ଏହାସହିତ ହିଟ୍‌ୱେଭ୍‌ ପରିସ୍ଥିତିକୁ ନେଇ ଏସଆରସି ପକ୍ଷରୁ ବୈଠକ ଡାକି ସମୀକ୍ଷା କରାଯିବ। ସେହି ବୈଠକର ରିପୋର୍ଟ ଆସିବା ପରେ ହିଁ ଖରା ଛୁଟି ଘୋଷଣା ସମ୍ପର୍କରେ ଶେଷ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ଗରମ ବଢ଼ୁଥିବା ପରିପ୍ରେକ୍ଷିରେ ସରକାର ସତର୍କ ଭାବରେ ପଦକ୍ଷେପ ନେଉଥିବା ଦେଖାଯାଉଛି।

Leave A Reply

Your email address will not be published.