ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଡ. ସସ୍ମିତ ପାତ୍ର ଷଷ୍ଠ ଥର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ମନୋନୀତ ହେଲେ

0

ନ୍ୟୁଜ୍ ବ୍ୟୁରୋ: ବିଜେଡି ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ପୁନର୍ବାର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହା ସହିତ ସେ ଷଷ୍ଠ ଥର ପାଇଁ ଏହି ଦାୟିତ୍ୱ ପାଇ ଓଡ଼ିଆ ସାଂସଦ ଭାବେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକୃଷ୍ଣନ ଗୃହ କାର୍ଯ୍ୟ ସୁଚାରୁ ଭାବେ ପରିଚାଳନା ପାଇଁ ଡ. ପାତ୍ରଙ୍କ ସହିତ ଡ. ଦିନେଶ ଶର୍ମା, ଏସ. ଫାଗନନ କୋନ୍ୟାକ, ଏମ. ଥମ୍ବିଦୁରାଇ, ଫୁଲୋଦେବୀ ନେତମ ଓ ଘନଶ୍ୟାମ ତିୱାରୀଙ୍କୁ ନେଇ ଛଅ ଜଣିଆ ଉପାଧ୍ୟକ୍ଷ ମଣ୍ଡଳୀ ଗଠନ କରିଛନ୍ତି।

୨୦୨୦ ରୁ ୨୦୨୬ ପର୍ଯ୍ୟନ୍ତ ଲଗାତାର ଛଅଥର ଏହି ମଣ୍ଡଳୀରେ ସ୍ଥାନ ପାଇ ଡ. ସସ୍ମିତ ପାତ୍ର ନିଜର ପାର୍ଲାମେଣ୍ଟରୀ କୌଶଳ ଓ ଅନୁଭବକୁ ପୁନଃ ପ୍ରମାଣିତ କରିଛନ୍ତି। ଗତ ସପ୍ତାହରେ ସେ ନିଜ ଆଡ଼ୁ ରାଜ୍ୟସଭାରେ ବିଜେଡିର ନେତା ପଦରୁ ଇସ୍ତଫା ଦେଇଥିଲେ। ତଥାପି ଏହି ନୂତନ ନିଯୁକ୍ତି ତାଙ୍କର ଜାତୀୟ ରାଜନୀତିରେ ପ୍ରଭାବ ଓ ଗୁରୁତ୍ୱକୁ ପୁନଃ ଉଜାଗର କରିଛି।

Leave A Reply

Your email address will not be published.