ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଆଜିଠାରୁ ରାଜ୍ୟରେ ଡିଜିଟାଲ୍‌ ଜନଗଣନା ଆରମ୍ଭ

0

ଭୁବନେଶ୍ଵର: ଆଜିଠାରୁ ସାରା ଓଡ଼ିଶାରେ ଡିଜିଟାଲ୍‌ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୯୦ ହଜାର ୨୦୦ ଅଧିକାରୀ ଘରେ ଘରେ ବୁଲି ତଥ୍ୟ ସଂଗ୍ରହ କରିବେ। ସେଥିପାଇଁ ୧୫,୧୪୦ ଜଣ ସୁପରଭାଇଜର୍‌ଙ୍କୁ ନିଯୁକ୍ତ କରାଯାଇଛି।
ପ୍ରତ୍ୟେକ ଜନଗଣନା ଅଧିକାରୀଙ୍କୁ ପ୍ରାୟ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ଦିଆଯାଇଛି। ଏହା ପାଇଁ ଜଣେ ଅଧିକାରୀଙ୍କୁ ୨୦୦ରୁ ୨୨୦ଟି ଘର ଗଣନା କରିବା ସହ ଘରଗୁଡ଼ିକୁ ନମ୍ବରିଂ କରିବାକୁ ହେବ। ଏହା ସହିତ ପ୍ରତ୍ୟେକ ପରିବାରର ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରାଯିବ। ଏହି ପ୍ରକ୍ରିୟା ଏପ୍ରିଲ ୧୬ରୁ ଆରମ୍ଭ ହୋଇ ମେ’ ୧୫ ପର୍ଯ୍ୟନ୍ତ ଚାଲିବ।

ଏହା ସହିତ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଘର ତାଲିକା ଓ ଗୃହ ଗଣନା କାର୍ଯ୍ୟ ଆଜି ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶା ସହ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ, ଗୋଆ, କର୍ଣ୍ଣାଟକ, ଲକ୍ଷଦ୍ୱୀପ, ମିଜୋରାମ, ସିକିମ ଏବଂ ଦିଲ୍ଲୀର କିଛି ଅଞ୍ଚଳ ସମ୍ମିଳିତ ଅଛି।

ସରକାରୀ ତଥ୍ୟ ଅନୁଯାୟୀ, ପ୍ରାୟ ୧.୨ ମିଲିୟନ୍‌ ପରିବାର ପୂର୍ବରୁ ଅନଲାଇନ୍‌ ପୋର୍ଟାଲ୍‌ ମାଧ୍ୟମରେ ସ୍ୱୟଂ ତଥ୍ୟ ପଞ୍ଜିକରଣ କରିସାରିଛନ୍ତି। ଯେମାନେ ସ୍ୱ-ଗଣନା ସମାପ୍ତ କରିଛନ୍ତି ସେମାନଙ୍କୁ ନିଜର SE ID ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି। ଯେମାନେ ଏପର୍ଯ୍ୟନ୍ତ ସ୍ୱ-ଗଣନା କରିନାହାନ୍ତି, ସେମାନଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରାଯିବ। ଏହିଥର ପ୍ରଥମ ଥର ପାଇଁ ଜନଗଣନାକୁ ଡିଜିଟାଲ୍‌ ମାଧ୍ୟମରେ କରାଯାଉଥିବା ବେଳେ ପାରମ୍ପରିକ ଘରେ ଘରେ ସର୍ଭେ ପ୍ରଣାଳୀ ମଧ୍ୟ ଜାରି ରହିବ।

Leave A Reply

Your email address will not be published.