ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ରାଜ୍ୟରେ ବନ୍ଦ ହେଲା ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’

0

ଭୁବନେଶ୍ବର: ନବୀନ ସରକାରଙ୍କ ବହୁଚର୍ଚ୍ଚିତ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ (BSKY) ବଦଳିଲା। ଏହା ପରିବର୍ତ୍ତେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ମୋହନ ସରକାର। ଏହା ସହ ମୋଦି ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ମଧ୍ୟ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ଆଜି ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। । ଏହା ସହକାଳିଆ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି। ନବୀନ ସରକାର କୃଷକଙ୍କ ପାଇଁ ଆରମ୍ଭ କରିଥିବା କାଳିଆ ଯୋଜନାକୁ ବନ୍ଦ କରିନଥିଲେ ସୁଦ୍ଧା ଏହାର ନାମ ପରିବର୍ତ୍ତନ କରାଯାଇଛି। ଏହା ଏବେଠାରୁ ‘ସିଏମ କିଷାନ ଯୋଜନା’ ଭାବେ ନାମିତ ହେବ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ରାଜ୍ୟରେ ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ ହେଲା। ଏହି କେନ୍ଦ୍ରୀୟ ଯୋଜନାରୁ ବାଦ ପଡୁଥିବା ବ୍ୟକ୍ତି କିମ୍ବା ପରିବାରକୁ ରାଜ୍ୟ ସରକାରଙ୍କ ‘ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନା’ରେ ଅନ୍ତର୍ଭୁକ୍ତ କରାଯିବ। ଏହି ରାଜ୍ୟ ସ୍ବାସ୍ଥ୍ୟବୀମା ଯୋଜନା ଅନ୍ତର୍ଗତ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ କ୍ୟାସଲେସ ଆକାରରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଯିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.