ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନାବାଳକଙ୍କୁ ଗାଡ଼ି ଚଳାଇବା ମନା

0

ଭୁବନେଶ୍ବର: ଏବେ ନାବାଳକମାନେ ଗାଡ଼ି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ। ନାବାଳକ ଚଳାଇ ପାରିବେ ନାହିଁ ଗାଡି, ନାବାଳକ ଗାଡି ଚଳାଇଲେ ଅଭିଭାବକମାନେ ଗଣିବେ ତଣ୍ଡ। ରାଜ୍ୟରେ ବଢ଼ୁଥିବା ବେପାରୁଆ ଗାଡ଼ିଚାଳନା ତଥା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଠୋର ହୋଇଛି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)। ଆସନ୍ତା ସପ୍ତାହରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ।

ନାବାଳକ ଗାଡ଼ି ଚଳାଉଥିବା ଧରାପଡ଼ିଲେ ଗାଡ଼ି ଜବତ ହେବା ସହ ୨୫ ହଜାର ଜରିମାନା ଗଣିବାକୁ ହେବ। କେବଳ ଏତିକି ନୁହେଁ ଉକ୍ତ ନାବାଳକଙ୍କ ମା’ବାପାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଜେଲ ଦଣ୍ଡ ମଧ୍ୟ ହୋଇପାରେ ବୋଲି ବୁଧବାର ଏସଟିଏ ସହକାରୀ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.