ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ମୁମ୍ବାଇରେ ବର୍ଷା ତାଣ୍ଡବ

0

ମୁମ୍ବାଇ: ବର୍ଷାରେ ମୁମ୍ବାଇର ଅବସ୍ଥା ନ କହିବା ଭଲ। ଚାରି ଆଡେ ଜଳମଗ୍ନ। ଲଗାତାର ଦୀର୍ଘ ୧୫ ଦିନ ହେବ ବର୍ଷ ଛାଡିବାର ନାଁ ଧରୁନି। କେଉଁଠି ଘରେ ପାଣି ପଶିଲାଣି ତ ଆଉ କେଉଁଠି ଗଛ ଓ ଘର ଧସେଇ ପଡିଲାଣି। ଆଜି ବଡି ଭୋରୁ ମଧ୍ୟ ସେହି ସମାନ ପରିସ୍ଥିତି ଦେଖାଦାଇଛି। ମୁମ୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି ପଡ଼ିଥିବାରୁ ଅନେକ ନିବାସୀ ଏହା ତଳେ ଚାପି ହୋଇରହିଥିବା ଜଣାପଡିଛି। ସେପଟେ ଉଦ୍ଧାରକାରୀ ଟିମ୍ ପହଞ୍ଚିବା ପରେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏହା ସହିତ ଏଥିରେ ଆହୁରୀ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରି ଏନ୍‌ଡିଆର୍‌ଏଫ୍‌, ପୋଲିସ, ଅଗ୍ନିଶମ ଦଳ ଏବଂ ନଗରପାଳିକାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ସକାଳ ପାଖାପାଖି ୫ଟା ବେଳେ କୋଠା ଭୁଶୁଡ଼ିବା ସମ୍ପର୍କରେ ସୂଚନା ପାଇଥିଲେ ବୋଲି କହିଚନ୍ତି ଉଦ୍ଧାରକାରୀ ଦଳର ଟିମ୍। ସୂଚନା ପାଇବା ପରେ, ସେମାନେ ସେଡାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁଇଜଣ ଲୋକ ଫସି ରହିଥିବା ଦେଖି ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମହମ୍ମଦ ସିରାଜ ନାମକ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କୁ ଖୋଜାଖୋଜି କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।

Leave A Reply

Your email address will not be published.