ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଳା ହାରିସ

0

ଆମେରିକା: ଆମେରିକା ଇତିହାସରେ ପ୍ରଥମ । ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଳା ହାରିସ । ଏହି ସୁପରପାୱାର ରାଷ୍ଟ୍ରର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ଥର ପ୍ରାର୍ଥୀ ହେଲେ ଜଣେ ଭାରତୀୟ ବଂଶୋଦ୍ଭବ । ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା କମଳା ହାରିସଙ୍କୁ ପ୍ରାର୍ଥୀ କଲା ଡେମୋକ୍ରାଟିକ ପାର୍ଟି । ରାଷ୍ଟ୍ରପତି ପ୍ରାର୍ଥୀପତ୍ରରେ ସ୍ବାକ୍ଷର କରିଥିବା ନେଇ ସେ ନିଜେ ଟ୍ବିଟ୍ କରି ଘୋଷଣା କରିଛନ୍ତି । ପ୍ରଥମ କୃଷ୍ଣକାୟ ମହିଳା ଓ ଦକ୍ଷିଣ ଏସୀୟ ଆମେରିକୀୟ ଭାବେ ଆମେରିକାର ମୁଖ୍ୟ ପଦରେ ଲଢିବେ କମଳା । ଗତଥର ଉପରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଥିବା ହାରିସ୍ ଏଥର ରାଷ୍ଟ୍ରପତି ନିର୍ବାଚନ ଲଢିବେ ।

ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସ ରେସରୁ ଓହରିଯିବା ପରେ କମଲା ହାରିସଙ୍କୁ ସେ ନିଜ ସମର୍ଥନ ଜଣାଇଥିଲେ । କମଲା ହାରିସ ମଧ୍ୟ ଏଥିପାଇଁ ଜୋ ବାଇଡେନ ଏବଂ ପାର୍ଟିକୁ କୃତଜ୍ଞତା ଜଣାଇଛନ୍ତି। ଯଦି ହାରିସ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ଏବଂ ଦ୍ୱିତୀୟ କୃଷ୍ଣକାୟ ରାଷ୍ଟ୍ରପତି ହେବେ। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମା ରାଷ୍ଟ୍ରପତି ପଦ ଲାଗି କମଲାଙ୍କୁ ସମର୍ଥନ ଜଣାଇଥିଲେ।

Leave A Reply

Your email address will not be published.