ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପାଣି ଉଠାଇବା ବେଳେ ବୁଡ଼ିଗଲେ ଦୁଇ କାଉଡ଼ିଆ

0

କଟକ: କଟକ ଗଡଗଡିଆ ଘାଟରେ ଘଟିଛି ଏକ ଅଘଟଣ। କାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏନେଇ ରବିବାର ନଦୀ, ପୋଖରୀ ଘାଟରୁ ପାଣି ଉଠାଇ ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ ସବୁଠି କାଉଡିଆଙ୍କ ଭିଡ଼ ଜମିଛି। ଏଭଳି ସ୍ଥିତିରେ କଟକ ଗଡ଼ଗଡ଼ିଆ ଘାଟରେ ମଧ୍ୟ କାଉଡିଆଙ୍କ ଭିଡ଼ ଲାଗିଛି।

ରବିବାର ଗଡ଼ଗଡ଼ିଆ ଘାଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘାଟରେ ପାଣି ଉଠାଇବାକୁ ଆସିଥିବା ୨ଜଣ କାଉଡ଼ିଆ ବୁଡି ଯାଇଥିବା ଜଣାପଡିଛି। ହେଲେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ନିଖୋଜ ଥିବା ବେଳେ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ଏପରିକି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ଉଭୟ ଭୁବନେଶ୍ବରରୁ ଆସିଥିବା ଜଣାପଡିଛି।

Leave A Reply

Your email address will not be published.