ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଶିମିଳିପାଳରେ କଳାବାଘ ସଫାରୀ ପାଇଁ ସିଜେଡ୍‌ଏରୁ ମିଳିଲା ଅନୁମତି

0

ମୟୁରଭଞ୍ଜ: ଶିମିଳିପାଳରେ କଳାବାଘ ସଫାରୀ ପାଇଁ ସିଜେଡ୍‌ଏରୁ ମିଳିଲା ଅନୁମତି। ପ୍ରକୃତିର ଏକ ସୁନ୍ଦର ଅବଦାନ ବ୍ୟାଘ୍ର । ବାଘ ସୁରକ୍ଷା ପାଇଁ ପ୍ରତିବର୍ଷ ଆଜିର ଦିନରେ ଜାତୀୟ ବ୍ୟାଘ୍ର ଦିବସକୁ ପାଳନ କରାଯାଉଛି। ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍ ଆୟୋଜିତ ହୋଇଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ପ୍ରତିଷ୍ଠା ହେବାକୁ ଥିବା ମେଲାନିଷ୍ଟିକ୍‌ ଟାଇଗର (କଳା ବାଘ) ସଫାରି ଆଉ ପାଦେ ଆଗେଇଛି। ବିଶ୍ବର ପ୍ରଥମ ମେଲାନିଷ୍ଟିକ୍‌ ଟାଇଗର ସଫାରିକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ଙ୍କ ଅନୁମତି ମିଳିସାରିଛି। ଏଥିସହ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏ)ଙ୍କ ଦ୍ୱାରା ପ୍ରକଳ୍ପର ଡିଜାଇନ୍‌ ଅନୁମୋଦିତ ହୋଇଛି।

ବାରିପଦାସ୍ଥିତ ମଞ୍ଜିଆପଡା ଠାରେ ୧୦୦ ଏକର ଜମିରେ ସଫାରି ଆସିବ। ଜାନୁଆରୀରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିମିଳିପାଳ ନିକଟରେ ବିଶ୍ୱର ପ୍ରଥମ ମେଲାନଷ୍ଟିକ୍ ଟାଇଗର ସଫାରି ପାଇଁ ଯୋଜନା ଉନ୍ମୋଚନ କରିଥିଲେ, ଯାହା ସ୍ୟୁଡୋ-ମେଲାନଷ୍ଟିକ୍ ବାଘମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବାସସ୍ଥାନ କରିଥିଲେ। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ସଫାରି ପରିଦର୍ଶକମାନଙ୍କ ପାଇଁ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଥିଲା। ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୩ଟି କଳା ବାଘଙ୍କୁ ମେଲାନିଷ୍ଟିକ୍‌ ଟାଇଗର ସଫାରିକୁ ଯିବେ। ଏହାବ୍ୟତୀତ ଚଳିତ ମାସରେ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା ପ୍ରାଣୀ ସଂଗ୍ରହାଳୟରୁ ନନ୍ଦନକାନନ ଆସିଥିବା‌ ଦୁଇଟି ବାଘୁଣୀକୁ ସେଠାକୁ ପଠାଯିବ। କଳା ବାଘ ଓ ବା‌ଘୁଣୀଙ୍କ ମିଳନ କରାଯାଇ ମେଲାନିଷ୍ଟିକ୍‌ ଟାଇଗର ସଫାରିକୁ ସମୃଦ୍ଧ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଅନ୍ୟପଟେ ବ୍ୟାଘ୍ର ଦିବସରେ ଶିମିଳିପାଳର ଏକ ମହାବଳ ବାଘ ପରିବାରର ନୂଆ ଭିଡିଓ ସାମ୍ନାକୁ ଆସିଛି। ଶିମିଳିପାଳରୁ ଆସିଥିବା ଏହି ଭିଡିଓରେ ୪ଟି ମେଲାନିଷ୍ଟିକ ବା କଳା ବାଘକୁ ଏକାଠି ଦେଖିବାକୁ ମିଳିଛି। ଶିମିଳିପାଳ ଅଭୟାରଣ୍ୟର ରାତିର ଏହି ଦୃଶ୍ୟକୁ ଟ୍ରାପ କ୍ୟାମେରାରେ କଏଦ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏଫଏସ ଅଧିକାରୀ।

Leave A Reply

Your email address will not be published.