ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ପେପର ଫୋପାଡ଼ିଲେ ତାରା

0

ଭୁବନେଶ୍ବର: ସପ୍ତଦଶ ବିଧାନସଭା ଅଧିବେଶନର ଷଷ୍ଠ ଦିନରେ ହୋହଲ୍ଲାରେ କମ୍ପିଲା ଗୃହ। ଶାଳୀନତାର ସୀମା ଟପିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ବାଚସ୍ପତି ସୁରମା ପାଢୀଙ୍କ ଉପରକୁ ପେପର ଫୋପାଡ଼ିଲେ ତାରା। ମୁଖ୍ୟମନ୍ତ୍ରୀଙ୍କ ଉପରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବକୁ ଆଲୋଚନା କରାଯାଉ ଦାବି କରି କଂଗ୍ରେସ ବିଧାୟକମାନେ ଗୃହରେ ହୋହଲ୍ଲା ଜାରି ରଖିଛନ୍ତି। ଆଜି ଗୃହରେ ବଜେଟ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେଉଛି।
ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଜାରି ରହିଛି। ଏହି ସମୟରେ କଂଗ୍ରେସ ନେତା ତାରା ବାହିନୀପତି ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଥିବା ସୂଚନା ମିଳିଛି। ପ୍ରଥମେ ପୋଡ଼ିୟମ ଉପରକୁ ଚଢ଼ିଥିଲେ ଆଉ ଏବେ ବହି ଫିଙ୍ଗିଥିବା ଜଣାପଡିଛି।

ବିଧାନସଭାରେ ବିରୋଧୀ ଦଳ ନେତା ନବୀନଙ୍କ ବୟାନ ପରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇ ହଙ୍ଗାମା କରିଛନ୍ତି। ବିଧାୟକ ତାରା ବାହିନୀପତି ପୋଡିୟମ ଉପରକୁ ଉଠି ବାଚସ୍ପତିଙ୍କ ଉପରକୁ କିଛି ପେପର ଫୋଫାଡିଥିଲେ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଂଗ୍ରେସ ସଦସ୍ୟମାନଙ୍କୁ ସିଟରେ ବସିବା ପାଇଁ ନିବେଦନ କରିଥିଲେ। ବିଜେପି ବିଧାୟକ ଭାସ୍କର ମଢେଇ ପୋଡିୟମ ପାଖକୁ ଆସି କଂଗ୍ରେସ ସଦସ୍ୟମାନଙ୍କୁ ବୁଝାସୁଝା କରିଥିଲେ। ହେଲେ କଂଗ୍ରେସ ସଦସ୍ୟମାନେ ବୁଝି ନଥିଲେ। ପରେ ନିଜ ନିଜ ସ୍ଥାନକୁ ଯାଇ ଛିଡା ହୋଇଥିଲେ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ୩୦ ମିନିଟ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ହେଲେ ୪.୩୦ ପରେ ଗୃହ ପୁଣି ଥରେ ସ୍ବାଭାବିକ ହୋଇଥିଲା।

Leave A Reply

Your email address will not be published.