ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମାଲକାନଗିରିରେ କାୟା ବିସ୍ତାର କରୁଛି ଡାଇରିଆ

0

ମାଲକାନଗିରି: ମାଲକାନଗିରିରେ ଡାଇରିଆ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି। ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ଗତ ସପ୍ତାହରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ରୁ ଅଧିକ ଡାଇରିଆ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ନିକଟରେ ମାଥିଲି କୋପ୍ରା ଅଞ୍ଚଳରେ ଝାଡାବାନ୍ତି ବ୍ୟାପି ଥିବାରୁ ଲୋକଙ୍କ ଚିନ୍ତା ବଢିଯାଇଛି। କେବଳ ମାଥିଲି କୋପ୍ରା ନୁହେଁ , ଜିଲ୍ଲାର ବିଭିନ୍ନ ସ୍ଥାନରୁ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି।

ତେବେ ରୋଗୀଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡରେ ବେଡ ସଂଖ୍ୟା ମଧ୍ୟ ବଢ଼ାଇ ଦିଆଯାଇଛି। ଏବେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ରୁ ୨୫ ଜଣ ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢିବା ଘଟଣାକୁ ଅତି ଗୁରୁତର ସହ ନେଇଛି ସ୍ୱାସ୍ଥ୍ୟ ବିଭାଗ। ଗତ କିଛିଦିନ ତଳେ ମାଥିଲି ବ୍ଲକରେ ଝାଡ଼ାବାନ୍ତିରେ ଜଣେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିବାବେଳେ ବହୁ ଆକ୍ରାନ୍ତ ହୋଇଥିଲେ।ତେବେ ଜିଲ୍ଲାରେ ବର୍ଷା ଲାଗି ରହିଥିବାବେଳେ ଏବଂ ଦୂଷିତ ଜଳ ଏହାର କାରଣ କହିଛନ୍ତି ଡାକ୍ତର।

Leave A Reply

Your email address will not be published.