ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ପାରାଦ୍ୱୀପରେ ଚୀନ ଜାହାଜ ଗିରଫ

0

ପାରାଦ୍ୱୀପ: ବକେୟା ଟଙ୍କା ନ ଦେବାରୁ ପାରାଦ୍ୱୀପ ବନ୍ଦରରେ ଗିରଫ ହେଲା ଚୀନ ଜାହାଜ । ZHE HAI IMO-୯୫୬୭୪୭୭ ନାମକ ଏକ ଚୀନ ଜାହାଜକୁ ଗିରଫ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ସବ୍‌ ଜଜ୍ ମଙ୍ଗଳବାର ସନ୍ଧ୍ୟାରେ ଜାହାଜକୁ ଗିରଫ କରିଛନ୍ତି। ଏହି ଜାହାଜଟି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ ନେଇ ପାରାଦ୍ବୀପ ଆସିଥିଲା। ଜାହାଜ ଉପରେ ଓଡ଼ିଶାର ଏକ ସଂସ୍ଥାର ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ବକେୟା ରହିଥିଲା। ଜାହାଜ ମାଲିକ ଏହି ବକେୟା ଅର୍ଥ ପ୍ରଦାନ ନ କରିବାରୁ ସଂସ୍ଥା ମାଲିକ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ହାଇକୋର୍ଟ ଏହାକୁ ବିଚାର କରି ଉକ୍ତ ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଅନୁଯାୟୀ, ସ୍କାଣ୍ଡି ଟ୍ରେଡିଂ ଲିମିଟେଡ ନାମକ ସଂସ୍ଥାକୁ ଜାହାଜ ମାଲିକ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ବକେୟା ଦେବାର ଥିଲା। କିନ୍ତୁ ସେ ଏହି ବକେୟା ନ ଦେବାରୁ ସମ୍ପୃକ୍ତ ସଂସ୍ଥା ହାଇକୋର୍ଟରେ ଆବଦେନ କରିଥିଲେ। ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଭି. ନରସିଂହ ସୋମବାର ଦିନ ଏହାର ଶୁଣାଣି କରି ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଦିନ ଜାହାଜ ଆସି ପାରାଦ୍ବୀପ ବନ୍ଦରରେ ଲାଗିବା ପରେ ଏହାକୁ କରାଯାଇଥିଲା। ଆବେଦନକାରୀ, ହାଇକୋର୍ଟଙ୍କ ଏହି ଆଦେଶ କପି ସହ ହାଇକୋର୍ଟ ମାର୍ସାଲଙ୍କ ଚିଠି ମେଲ, ଫାକ୍ସ ଅବା ବ୍ୟକ୍ତିଗତ ଭାବେ ପ୍ରଦାନ କରିବେ। ଅଗଷ୍ଟ ପହିଲାକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.