ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ୱାୟନାଡ଼ରେ ୫ ଦିନ ପରେ ମାଟି ତଳୁ ଉଦ୍ଧାର ହେଲେ ୬ ଶିଶୁ

0

କେରଳ: କେରଳ ୱାୟନାଡ଼ରେ ସବୁକିଛି ଛାରଖାର କରିଦେଇଛି ସର୍ବଗ୍ରାସୀ ଭୂସ୍ଖଳନ। ଭୂସ୍ଖଳନକୁ ୫ ଦିନ ପୁରିଥିବାବେଳେ ଆଜି ବି ମାଟି କାଦୁଅ ତଳୁ ଖୋଜା ଚାଲିଛି ଜୀବନ। କେରଳର ୱାୟନାଡ଼ରେ ବିନାଶକାରୀ ଭୂସ୍ଖଳନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଶହରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଛି। ଅନେକ ସଂଖ୍ୟାରେ ଲୋକ ନିଖୋଜ ମଧ୍ୟ ରହିଛନ୍ତି। ଏହି ଭୟାନକ ସ୍ଥିତିରେ ଏକ ଖୁସି ଖବର ଆସିଛି। ଭୂସ୍ଖଳନ ପ୍ରଭାବିତ ୱାୟନାଡ଼ାରେ କେରଳର ବନ ବିଭାଗ ଅଧିକାରୀ ୮ ଘଣ୍ଟା ଅପରେସନ୍‌ କରି ଜଙ୍ଗଲର ଏକ ଆଦିବାସୀ ବସ୍ତିରୁ ୬ ଜଣଙ୍କୁ ଉଦ୍ଧାର କରିଛନ୍ତି।

ଏହି ରେସ୍କ୍ୟୁ ଅପରେସନ୍‌କୁ ନେଇ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ କହିଛନ୍ତି, ବନ ଅଧିକାରୀଙ୍କ ଏଭଳି ସଫଳତା ଆମକୁ ମନେ ପାକାଇ ଦେଉଛି ଯେ, ସଂକଟ ସମୟରେ ବି କେରଳର ଜୀବନ ଆଜି ଚମକୁଛି। ଆମେ ସମସ୍ତେ ମିଶି ପୁଣି ପୁନଃନିର୍ମାଣ କରିବା ତଥା ମଜବୁତ ହୋଇ ଆଗକୁ ପୁଣି ଆଗେଇବା।

କଲପେଟ୍ଟା ରେଞ୍ଜର ବନ ଅଧିକାରୀ କେ ହସିନଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଗୁରୁବାର ଏକ ଆଦିବାସୀ ପରିବାରକୁ ବଞ୍ଚାଇବା ପାଇଁ ଜଙ୍ଗଲ ମଝିରେ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ସେମାନଙ୍କୁ ଉଦ୍ଧାର କରିଥିଲେ। ଏହି ଶିଶୁମାନେ ଏକ ଆଦିବାସୀ ସମୁଦାୟର ହୋଇଥିବା ବେଳେ ସେମାନଙ୍କ ବୟସ ୧ ବର୍ଷରୁ ୪ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.