ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱରରୁ ଦୁର୍ଗାପୁରକୁ ଅଗଷ୍ଟ ୩୦ରୁ ବିମାନ ସେବା ଆରମ୍ଭ

0

ଭୁବନେଶ୍ୱର: ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ସେବା। ଦୁର୍ଗାପୁର ବିମାନବନ୍ଦର ନିର୍ଦ୍ଦେଶକ କୈଳାସ ମଣ୍ଡଳଙ୍କ ସୂଚନା। ପ୍ରତିଦିନ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଉଡ଼ିବ ଇଣ୍ଡିଗୋ ବିମାନ। ଭୁବନେଶ୍ୱରରୁ ବାଗଡୋଗରା ସପ୍ତାହକୁ ୪ ଦିନ ଓ ଗୌହାଟୀକୁ ୩ ଦିନ ଉଡ଼ାଣ।

ଖୁବ ଶୀଘ୍ର ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ଉଡ଼ିବ ବିମାନ। ଅଗଷ୍ଟ ୩୦ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ ୧୧ଟା ୧୫ ମିନିଟ୍ ସମୟରେ ଇଣ୍ଡିଗୋ ବିମାନ ଉଡାଣ ଭରି ଦୁର୍ଗାପୁରରେ ଅପରାହ୍ଣ ୧୨ଟା ୫୫ମିନିଟରେ ପହଞ୍ଚିବ। ଏନେଇ ଦୁର୍ଗାପୁର ବିମାନବନ୍ଦର ନିର୍ଦ୍ଦେଶକ କୈଳାସ ମଣ୍ଡଳ ସୂଚନା ଦେଇଛନ୍ତି।

ସେହିପରି ଦୁର୍ଗାପୁରରୁ ଅପରାହ୍ନ ୪ଟା ୩୫ମିନିଟରେ ବିମାନ ଉଡାଣ ଆରମ୍ଭ କରି ସନ୍ଧ୍ୟା ୬ଟା ୧୫ମିନିଟରେ ଭୁବନେଶ୍ୱରରୁ ବିମାନ ବନ୍ଦରରେ ଅବତରଣ କରିବ। ପ୍ରତିଦିନ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଇଣ୍ଡିଗୋ ବିମାନ ଉଡ଼ିବ। ଏଥିସହିତ ଭୁବନେଶ୍ୱରରୁ ବାଗଡୋଗରାକୁ ସପ୍ତାହକୁ ୪ ଦିନ ଏବଂ ସପ୍ତାହକୁ ୩ ଦିନ ଭୁବନେଶ୍ୱରରୁ ଗୌହାଟୀକୁ ବିମାନ ଉଡାଣ ଭରିବ।

Leave A Reply

Your email address will not be published.