ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱରରୁ ଦୁର୍ଗାପୁରକୁ ଅଗଷ୍ଟ ୩୦ରୁ ବିମାନ ସେବା ଆରମ୍ଭ

0

ଭୁବନେଶ୍ୱର: ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ସେବା। ଦୁର୍ଗାପୁର ବିମାନବନ୍ଦର ନିର୍ଦ୍ଦେଶକ କୈଳାସ ମଣ୍ଡଳଙ୍କ ସୂଚନା। ପ୍ରତିଦିନ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଉଡ଼ିବ ଇଣ୍ଡିଗୋ ବିମାନ। ଭୁବନେଶ୍ୱରରୁ ବାଗଡୋଗରା ସପ୍ତାହକୁ ୪ ଦିନ ଓ ଗୌହାଟୀକୁ ୩ ଦିନ ଉଡ଼ାଣ।

ଖୁବ ଶୀଘ୍ର ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ଉଡ଼ିବ ବିମାନ। ଅଗଷ୍ଟ ୩୦ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ ୧୧ଟା ୧୫ ମିନିଟ୍ ସମୟରେ ଇଣ୍ଡିଗୋ ବିମାନ ଉଡାଣ ଭରି ଦୁର୍ଗାପୁରରେ ଅପରାହ୍ଣ ୧୨ଟା ୫୫ମିନିଟରେ ପହଞ୍ଚିବ। ଏନେଇ ଦୁର୍ଗାପୁର ବିମାନବନ୍ଦର ନିର୍ଦ୍ଦେଶକ କୈଳାସ ମଣ୍ଡଳ ସୂଚନା ଦେଇଛନ୍ତି।

ସେହିପରି ଦୁର୍ଗାପୁରରୁ ଅପରାହ୍ନ ୪ଟା ୩୫ମିନିଟରେ ବିମାନ ଉଡାଣ ଆରମ୍ଭ କରି ସନ୍ଧ୍ୟା ୬ଟା ୧୫ମିନିଟରେ ଭୁବନେଶ୍ୱରରୁ ବିମାନ ବନ୍ଦରରେ ଅବତରଣ କରିବ। ପ୍ରତିଦିନ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଇଣ୍ଡିଗୋ ବିମାନ ଉଡ଼ିବ। ଏଥିସହିତ ଭୁବନେଶ୍ୱରରୁ ବାଗଡୋଗରାକୁ ସପ୍ତାହକୁ ୪ ଦିନ ଏବଂ ସପ୍ତାହକୁ ୩ ଦିନ ଭୁବନେଶ୍ୱରରୁ ଗୌହାଟୀକୁ ବିମାନ ଉଡାଣ ଭରିବ।

Leave A Reply

Your email address will not be published.